ଓଡିଶା

ଚତୁର୍ଥ ଦିନରେ ପ୍ରଭୁ ଶ୍ରୀଅଲାରନାଥଙ୍କ ଦର୍ଶନ

(ଭୁବନେଶ୍ୱର) : ଚତୁର୍ଥ ଦିନରେ ପହଂଚିଛି ପ୍ରଭୁ ଶ୍ରୀଅଲାରନାଥଙ୍କ ଦର୍ଶନ । ଏଥିପାଇଁ ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଏଣୁ ଏଠାକୁ ଭକ୍ତମାନଙ୍କର ଶୃଙ୍ଖଳିତ ତଥା ନିରାପଦ ଯାତ୍ରାକୁ ନିଶ୍ଚିତ କରିବା ପାଇଁ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ସ୍ୱତନ୍ତ୍ର ‘ମୋ ବସ୍’ ଗଡୁଛି । ଯାତ୍ରୀଙ୍କ ସୁବିଧା ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି ବୋଲି ସୂଚନା ମିଳିଛି  ।

ସେପଟେ ଶ୍ରୀଜିଉଙ୍କ ଅଣସର ନୀତି ଆଉ ୧୧ ଦିନ ଧରି ଚାଲିବ। ଏହିସମୟରେ ଶ୍ରୀଜିଉଙ୍କ ବଦଳରେ ପଟଦିଅଁ ପୂଜା ପାଇବେ। ଶ୍ରୀଜଗନ୍ନାଥ ରୂପରେ ଅନନ୍ତ ନାରାୟଣ, ବଡ଼ଠାକୁର ବଳଭଦ୍ରଙ୍କ ରୂପରେ ଅନନ୍ତ ବାସୁଦେବ ଓ ମା’ ସୁଭଦ୍ରାଙ୍କ ରୂପରେ ଭୁବନେଶ୍ୱରୀ ପୂଜା ପାଇବେ। ପଟିଦିଅଁଙ୍କ ସହ ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମ, କୃଷ୍ଣ ଓ ନୃସିଂହ ଭଗବାନଙ୍କ ପଟିଦିଅଁ  ପୂଜା ପାଉଛନ୍ତି ।

Related posts

ଭିନ୍ନକ୍ଷମ ଚଣ୍ଡୁ ଓ ଜମିହରା ସୈାଭାଗ୍ୟକୁ ମିଳିଲା ପ୍ରତିଶୃତି, ‘ଆମରଣ ଅନଶନ’ ସ୍ଥଗିତ

mahabharatanews

ପୁରୀ ପୋଲିସ ଦ୍ୱାରା ଗୋଟିଏ ଦିନରେ ୪ ନାବାଳିକାଙ୍କୁ ଉଦ୍ଧାର

mahabharatanews

ଏପ୍ରିଲ ପହିଲା ଯାଏଁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ କୋହଳ ପାଇଁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ନିଷ୍ପତ୍ତି‎…

mahabharatanews