ଓଡିଶା

ରଥଯାତ୍ରା ଶେଷ ସମନ୍ବୟ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

(ପୁରୀ) : ଧୀରେ ଧୀରେ ଦିନ ପାଖେଇ ଆସୁଛି । କେବେ ନୀଳମାଧବଙ୍କୁ ଦେଖିବ ନୟନ । ଅପାର ଅପେକ୍ଷା । ସୁସ୍ଥ ହୋଇ କେବେ ଫେରିବେ ଶ୍ରୀଜୁଉ । ୧୦୮ ପାଣି ଗାଧୋଇବା ପରେ ଅସୁସ୍ଥ ହୋଇ ପଡିଛନ୍ତି ଜଗତର ନାଥ ମହାପ୍ରଭୂ । ତେବେ ଆଉ ୧୨ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏହା ପୂର୍ବରୁ ଆସନ୍ତା ୧୩ ତାରିଖ ପୂର୍ବାହ୍ଣ ୧୧ଟାରେ ରଥଯାତ୍ରା ତୃତୀୟ ତଥା ଶେଷ ସମନ୍ବୟ ବୈଠକ ଅନୁଷ୍ଠିତ ହେବ। ପ୍ରତିବର୍ଷ ଭଳି ଚଳିତବର୍ଷ ବି ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସୂଚନାନୁଯାୟୀ ,  ଏଥି ପ୍ରସ୍ତୁତି ଜୋରସୋରରେ ଚାଲିଛି । ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ  ଶେଷରେ ପହଞ୍ଚିଛି।  ଶେଷ ହୋଇଛି ତିନିରଥର ଚକ ଏବଂ ଅଖ ନିର୍ମାଣ କାର୍ଯ୍ୟ । ଏଥିମଧ୍ୟରେ ଚୁଡାନ୍ତ ହେଲା ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ।  ସକାଳ ୯ଟାରେ ତିନିରଥକୁ ପ୍ରତିଷ୍ଠା କରାଯିବ ୯ଟା ୧୫ରେ ମଙ୍ଗଳାର୍ପଣ ପରେ ସାଢେ ୯ଟାରୁ ଆରମ୍ଭ ହେବ ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇ ସାଢେ ୧୨ଟା ସୁଦ୍ଧା ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ଶେଷ ହେବ । ତେବେ ଦାରୁ ବିଗ୍ରହମାନେ ରଥାରୁଢ ହେବା ପରେ ମଦନମୋହନ ବିଜେ କରିବେ ।

Related posts

ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ

mahabharatanews

ଗଜପତି ରୁ ମହାରାଷ୍ଟ୍ର ଗଂଜେଇ ଚୋରା ଚାଲାଣ, ଦୁଇ ଗିରଫ

mahabharatanews

ଆଜି ରାଜ୍ୟରୁ ୧୨୦୩ କରୋନା ପଜିଟିଭ ଚିହ୍ନଟ

mahabharatanews