ମନୋରଞ୍ଜନ

ଆଜି ରଜନୀକାନ୍ତଙ୍କ ୭୩ ତମ ଜନ୍ମ ଦିବସ

(ମୁମ୍ବାଇ) : ଆଜି ହେଉଛି  ରଜନୀକାନ୍ତଙ୍କ ୭୩ ତମ ଜନ୍ମ ଦିବସ । ଜନ୍ମଦିନ ଅବସରରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛା । ଦୀର୍ଘ ୪ ଦଶକରୁ ଅଧିକ ସମୟ ହେଲା ସିନେମା ଜଗତରେ ରାଜ୍ କରୁଛନ୍ତି ରଜନୀକାନ୍ତ । ୧୯୫୦ ମସିହା ଆଜିର ଦିନରେ ବେଙ୍ଗାଲୁରୁ ଏକ ମରାଠୀ ପରିବାରରେ ସେ ଜନ୍ମ ହୋଇଥିଲେ ।

ସୂଚନାନୁଯାୟୀ , ରଜନୀକାନ୍ତଙ୍କ ପ୍ରକୃତ ନାମ ଥିଲା ଶିବାଜୀ ରାଓ ଗାଇକୱାଡ । ପିଲାଦିନ ତାଙ୍କର ଅନେକ ଅଭାବ ଅନାଟନ ଦେଇ ଗତି କରିଥିଲା । ପିଲାଦିନେ ତାଙ୍କ ମାଙ୍କର ମୃତ୍ୟୁ ହୋଇଥିଲା । ରଜନୀକାନ୍ତ ଘର ଚଳାଇବା ପାଇଁ ଜଣେ କୁଲି ଭାବରେ କାମ କରୁଥିଲେ । ମହାଭାରତର ଦୁର୍ଯ୍ୟୋଧନ ଭାବରେ ତାଙ୍କର ପ୍ରଦର୍ଶନ ପାଇଁ ପ୍ରଶଂସିତ ହୋଇଥିଲା ।

Related posts

ଦୁବାଇରେ ଗିରଫ ହୋଇଥିଲେ କି ରାହତ ଫତେ ଅଲୀ ଖାନ?

mahabharatanews

 କାମାକ୍ଷା ମନ୍ଦିରରେ ତମନ୍ନା ଭାଟିଆ

mahabharatanews

ସୁଟିଂ ବେଳେ ବାଲକୋନିରୁ ପଡି ଆଖି ବୁଜିଲେ ଅଖିଳ ମିଶ୍ରା 

mahabharatanews