ଭାରତ

ଜି-୨୦ ସମ୍ମିଳନୀ; ଆୟୋଜିତ ହେବ ହସ୍ତଶିଳ୍ପ ପ୍ରଦର୍ଶନୀ ଓ ବିକ୍ରି ମେଳା

 (ଦିଲ୍ଲୀ): ନୂଆଦିଲ୍ଲୀ ପ୍ରଗତି ମୈଦାନର ଭାରତ ମଣ୍ଡପଠାରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଏକ ହସ୍ତଶିଳ୍ପ ପ୍ରଦର୍ଶନୀ ଓ ବିକ୍ରି ମେଳା ଆୟୋଜନ କରାଯିବ। ଏହା ଆସନ୍ତା ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ସବୁଠାରୁ ବଡ କଥା ହେଉଛି  ଏଥିରେ ଓଡିଶାର ପଟ୍ଟଚିତ୍ର କଳା ପ୍ରଦର୍ଶନୀ ଏବଂ ବିକ୍ରି ପାଇଁ ବ୍ୟବସ୍ଥା କରାଯିବ।

 ସୂଚନାନୁଯାୟୀ , ଏହି ହସ୍ତଶିଳ୍ପ ମେଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ହେବ।  ବିଶେଷ କରି ଜିଆଇ ଟ୍ୟାଗ ପ୍ରାପ୍ତ ସାମଗ୍ରୀ, ମହିଳା ଓ ଆାଦିବାସୀ କାରିଗରଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ଏଠାରେ ପ୍ରଦର୍ଶିତ ହେବ। ଯେଉଁଥିରେ ସମ୍ମିଳନୀକୁ ଆସିଥିବା ଅତିଥି କିଣିବାର ସୁଯୋଗ ପାଇବେ ।  ପୁରୁଣା ସୂତା କପଡା, ସୂତା ଶାଢୀ, ଟସର ରେଷମ ଉପରେ ପଟ୍ଟଚିତ୍ର କଳା ଅଙ୍କା ଯାଇଥାଏ।

Related posts

ନିଜେ କେସ ଲଢ଼ିବ ବିସ୍ଫୋରଣ କରିଥିବା ଡୋମିନିକ୍ ମାର୍ଟିନ

mahabharatanews

ଗଗନୟାନ ମିଶନରେ ଓଡ଼ିଶାର ଅବଦାନ 

mahabharatanews

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଘରେ ଇଡିର ୧୦ ଘଣ୍ଟା ଜେରା

mahabharatanews