ଭାରତ

ନିଜେ କେସ ଲଢ଼ିବ ବିସ୍ଫୋରଣ କରିଥିବା ଡୋମିନିକ୍ ମାର୍ଟିନ

(କେରଳ) : ନିଜ କେସ ନିଜେ ଲଢ଼ିବ ଦୁଇ ଦିନ ତଳେ ଖ୍ରୀଷ୍ଟିଆନ ପ୍ରାର୍ଥନା ସଭାରେ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ଡୋମିନିକ୍ ମାର୍ଟିନ । ମଙ୍ଗଳବାର ତଦନ୍ତକାରୀ ଅଧିକାରୀମାନେ ଜଣେ ‘ମେଧାବୀ ବ୍ୟକ୍ତି’ ବୋଲି ବର୍ଣ୍ଣନା କରିଛନ୍ତି। ସେ ଉପସାଗରୀୟ ଅଞ୍ଚଳରେ ଉଚ୍ଚ ଦରମାର ଏକ ଲୋଭନୀୟ ଚାକିରି ଛାଡିଥିଲା। ଅଭିଯୁକ୍ତ ଏବେ ନିଜ କେସ୍ ନିଜେ ଳଢ଼ିବାକୁ ଚାହେ ବୋଲି ପୁଲିସ ପ୍ରକାଶ କରିଛି ।

ସୂଚନାନୁଯାୟୀ , ରବିବାର ସକାଳେ ବିସ୍ଫୋରଣର କିଛି ଘଣ୍ଟା ପରେ ଆତ୍ମସମର୍ପଣ କରିଥିବା ମାର୍ଟିନକୁ ପୁଲିସ ସୋମବାର ଆନୁଷ୍ଠାନିକ ଭାବେ ଗିରଫ କରିଥିଲା। ମଙ୍ଗଳବାର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଖୋଜିବା ପାଇଁ ମାର୍ଟିନକୁ ଆଲୁଭା ନିକଟସ୍ଥ ଆଥାନିସ୍ଥିତ ତା’ର ବାସଭବନକୁ ନେଇଯାଇଥିଲେ। ଗତ ରବିବାର ହୋଇଥିବା ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ଓ ୫୦ରୁ ଅଧିକ ଆହତ ହୋଇଥିବା ବେଳେ କ’ଣ ବ୍ୟବହାର କରି ମାର୍ଟିନ୍ ବୋମା ନିର୍ମାଣ କରିଥିଲା ତାହା ପୁଲିସକୁ କହିଥିଲା।

Related posts

ଆଖି ବୁଜିଲେ ୨୦୨୨ ‘ମିସ୍‌ ୟୁନିଭର୍ସ’ର ଫାଇନାଲିଷ୍ଟ

mahabharatanews

କିଏ ହେବ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ୨୦୨୫ର ନୂତନ ଚାମ୍ପିଅନ ?

mahabharatanews

ଚର୍ଚାରେ ରୁଷୀୟ ଗୁପ୍ତଚର ତିମି

mahabharatanews