ଭାରତ

ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ ଯିବେ ଇସ୍ରୋର ଗଗନଯାତ୍ରୀ

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ (ଆଇଏସ୍ଏସ୍) ଯିବେ ଇସ୍ରୋର ଗଗନଯାତ୍ରୀ। ଲୋକସଭାରେ ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ।କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ କହିବାନୁସାରେ, ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଗଗନଯାନ ପାଇଁ ମନୋନୀତ ହୋଇଥିବା ୪ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ଜଣକୁ ଅଗଷ୍ଟ ମାସ ପରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ (ଆଇଏସ୍ଏସ୍)କୁ ପଠାଯିବ। ଏହା ନାସାର ଏକ ପ୍ରାଇଭେଟ୍ କମ୍ପାନୀ ଓ ଇସ୍ରୋ ଭିତରେ ଏକ ମିଳିତ ମିଶନ୍। Axiom Space ନାମକ କମ୍ପାନୀ ସହ ଇସ୍ରୋ ମଧ୍ୟ ଚୁକ୍ତି କରିଛି। ଅଗଷ୍ଟ ୨୦୨୪ରେ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ଏହି ମିଶନ୍ ଆରମ୍ଭ କରାଯାଇପାରେ ବୋଲି ସୂଚନା ମିଳିଛି। ତେବେ ଗଗନଯାନ ମିଶନ ପାଇଁ ସମସ୍ତ ମହାକାଶଚାରୀ ବେଙ୍ଗାଲୁରୁରେ ISROର ତାଲିମ କେନ୍ଦ୍ରରେ ତାଲିମ ନେଉଛନ୍ତି।

Related posts

ଜିଏସଟି ସ୍ଲାବକୁ ନେଇ ନିଷ୍ପତ୍ତି ପରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ କଲେ ପ୍ରେସମିଟ୍

mahabharatanews

୩୬ ଘଣ୍ଟାରେ ପାକିସ୍ତାନର ମାକରନ ଉପକୂଳ ଛୁଇଁବ ଶାହିନ

mahabharatanews

ଭାରତକୁ ରିହାତି ମୂଲ୍ୟରେ ଅଶୋଧିତ ତୈଳ ଯୋଗାଇବ ଋଷିଆ !

mahabharatanews