ଅପରାଧ

ଜୁଆ ଆଡ୍ଡା ଉପରେ ଚଢାଉ,୫ ଗିରଫ

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲାରେ ମହାମାରୀ କରୋନାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ଲକଡାଉନ ଓ ସଟଡଉନ ଆଦି କଟକଣା ବିଭିନ୍ନ ଅଞ୍ଚଳରେ ଲାଗୁ କରୁଥିବା ବେଳେ ଅମାନିଆମାନେ ଏସବୁକୁ ଖାତିର କରୁନାହାନ୍ତି । ଏତେ କଟକଣା ସତ୍ତେ୍ୱ ଜୁଆଡିମାନେ ଏହାକୁ ମାନୁନଥିବା ଦେଖାଯାଇଛି । ହିଞ୍ଜିଳି ଥାନା ଅନ୍ତର୍ଗତ ସିକିରି ଗାଁରେ ସୋମବାର ଅପରାହ୍ନରେ ଜୁଆ ଖେଳରେ ମାତିଥିବା ବେଳେ ପୋଲିସ ସେମାନଙ୍କ ଆଡ୍ଡା ଉପରେ ଅଚାନକ ଚଢାଉ କରି ୫ ଜଣଙ୍କୁ ଗିରଫ କରିଛି । ଏହି ଅଞ୍ଚଳରେ ଲକଡାଉନ କଟକଣା ନମାନି ଜୁଆ ଖେଳ ଚାଲିଥିବା ଖବର ପାଇବା ପରେ ହିଞ୍ଜିଳି ଥାନା ଆଇଆଇସିଙ୍କ ନିର୍ଦ୍ଦେଶରେ ଏକ ପୋଲିସ ଟିମ୍ ଏଠାରେ ଚଢାଉ କରିଥିଲା । ଚଢାଉ ସମୟରେ ୫ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୪ ହଜାର ୩ଶହ ଟଙ୍କା ଓ ମୋବାଇଲ ଜବତ କରିଛି ।

Related posts

ବୃଦ୍ଧଙ୍କୁ ହତ୍ୟା ଅଭିଯୋଗରେ ୩ ଗିରଫ

mahabharatanews

ସଟଡାଉନ ବେଳେ ମଦ ଦୋକାନ ଖୋଲି ଜରିମାନା ଗଣିଲେ ବ୍ୟବସାୟୀ

mahabharatanews

ଖଡ଼ିଆଳ ପୋଲିସ ଦ୍ୱାରା ୧୦ ଟି ଚୋରି ମୋବାଇଲ ଉଦ୍ଧାର

mahabharatanews