ମନୋରଞ୍ଜନ

ଟାଇଗରଙ୍କ ଫିଲ୍ମ ‘ଗଣପତ’ର ଟିଜର ରିଲିଜ

(ମୁମ୍ବାଇ) : ରିଲିଜ୍ ହେଲା ବଲିଉଡ ଅଭିନେତା ଟାଇଗରଙ୍କ ଆଗାମୀ ଫିଲ୍ମ ‘ଗଣପତ’ର ଦମଦାର୍ ଟିଜର । ତେବେ ଇଣ୍ଟରନ୍ୟାସନାଲ ଫିଲ୍ମକୁ ଟକ୍କର ଦେବା ପାଇଁ ରହିଛି ଏହାର ଭିଜୁଆଲ୍ ଯାହା ଦର୍ଶକଙ୍କୁ କରୁଛି ମତୁଆଲା ।ସିନେମାର ଟିଜର ୨୦୭୦ A.D ଲେଖାରୁ ଆରମ୍ଭ ହୋଇଛି । ଯେଉଁଥିରେ ଟାଇଗରଙ୍କୁ କ୍ୟାମେରା ଆଡକୁ ପଛ କରି ବସିଥିବାର ଦେଖିବା ପାଇଁ ମିଳୁଛି ।

ସୂଚନାନୁଯାୟୀ , ଟାଇଗର ଶ୍ରଫଙ୍କ ପାୱାର ପ୍ୟାକ୍ ଆକ୍ସନରୁ ଫିଲ୍ମର ଟିଜର ଆରମ୍ଭ ହୋଇଛି । ଯେଉଁଥିରେ ବଗ୍ ବିଙ୍କ ଜବରଦସ୍ତ ସ୍ୱର ଶୁଣିବା ପାଇଁ ମିଳୁଛି । ଟିଜର ଆରମ୍ଭରୁ ଲାଗୁଛି ଏହା ପ୍ରାୟ ୫୦ ବର୍ଷ ପରର ଏକ କାହାଣୀ । ଫିଲ୍ମ ‘ଗଣପତ’ ୨୦  ଅକ୍ଟୋବର ୨୦୨୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ ଟାଇଗର ଶ୍ରଫ୍ ଏବଂ କ୍ରିତି ସାନନଙ୍କୁ ଏକାଠି ଦେଖିବା ପାଇଁ ମିଳିବ । ଏହି ଚଳଚ୍ଚିତ୍ର ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

Related posts

ସ୍ୱାମୀଙ୍କୁ ଚୁମ୍ବନ ଦେଇ ଚର୍ଚାରେ ନୟନତାରା 

mahabharatanews

ରିଲିଜ ହେଲା  ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ ଭ୍ୟାକ୍ସିନ୍ ୱାର୍’

mahabharatanews

ମଦ୍ୟପାନ କରନ୍ତି ନାହିଁ ଅଭିନେତା ଇମ୍ରାନ ହାଶମୀ

mahabharatanews