ଭାରତମନୋରଞ୍ଜନ

‘ଫିଲ୍ମ ‘ଦି କେରଳ ଷ୍ଟୋରି’ଏକ ଚମକପ୍ରଦ’: ଜେ. ପି. ନଡ୍ଡା

(ମୁମ୍ବାଇ) :  ଫିଲ୍ମ ‘ଦି କେରଳ ଷ୍ଟୋରି’ ବିବାଦ ଥମିବାର ନା ନେଉନି ।  ରବିବାର ରାତିରେ ‘ବିଜେପି’ର ଜାତୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା ବେଙ୍ଗାଲୁରୁର ‘ଗରୁଡ଼ ମଲ୍‌’ରେ ‘ଦି କେରଳ ଷ୍ଟୋରି’ର ବିଶେଷ ପ୍ରଦର୍ଶନ ଦେଖିବା ପରେ ଏହାକୁ ଗୋଟାଏ ଚମକପ୍ରଦ ଅନୁଭୂତି ଉଦ୍ରେକକାରୀ ଚଳଚ୍ଚିତ୍ର ବୋଲି କହିଛନ୍ତି।

ସୂଚନାନୁଯାୟୀ , ନଡ୍ଡା କହିଛନ୍ତି, ଏଥିରେ ଅସ୍ତ୍ରଶସ୍ତ୍ର ନ ଥିବା ନୂତନ ଧରଣର ଆତଙ୍କବାଦ ରହିଛି। ‘ଦି କେରଳ ଷ୍ଟୋରି’ ବିଷାକ୍ତ ଆତଙ୍କବାଦକୁ ଉନ୍ମୁକ୍ତ କରୁଛି। ଏ ଧରଣର ଆତଙ୍କବାଦ କୌଣସି ରାଜ୍ୟ ବା ଧର୍ମ ସହିତ ସମ୍ପୃକ୍ତ ନୁହେଁ। ଏହା ଗୋଟାଏ ବୈଶ୍ବିକ କାହାଣୀ ଏବଂ ଅବଶ୍ୟ ଦେଖିବା ଭଳି ବିଷୟ ।ଆମେ ସମସ୍ତେ ଏହାକୁ ଦେଖିବା ଉଚିତ ବୋଲି ସେ କହିଛନ୍ତି।

ହିନ୍ଦୁ ଦେବଦେବୀଙ୍କ ସମ୍ପର୍କରେ କିଛି ଅନୁପଯୁକ୍ତ ବାର୍ତ୍ତାଳାପ ଥିବା ଏକ ଦୃଶ୍ୟ ହେଉଛି କଟାଯାଇଥିବା ସୂଚନା ମିଳିଛି । କେତେକ ସ୍ଥାନରେ କିଛି ଶବ୍ଦ, ବାକ୍ୟ ବା ସଂଳାପକୁ ମଧ୍ୟ କାଟିଦିଆଯାଇଛି।

 , ଏକ ଟିଭି ସାକ୍ଷାତ୍‌କାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଚ୍ୟୁତାନନ୍ଦନ କହିଥିଲେ ଯେ କେରଳ ଆସନ୍ତା ଦୁଇ ଦଶନ୍ଧି ଭିତରେ ଏକ ମୁସଲିମ-ବହୁଳ ରାଜ୍ୟରେ ପରିଣତ ହେବାକୁ ଯାଉଛି କାରଣ ବହୁସଂଖ୍ୟାରେ ଯୁବବର୍ଗଙ୍କୁ ମୁସଲମାନ ଧର୍ମକୁ ପରିବର୍ତ୍ତନ କରାଯାଉଛି  ଯାହାକି ସାରା ଦେଶରେ ଚହଳ ପକାଇ ଦେଇଥିଲା ।

Related posts

ଶ୍ରୀକୃଷ୍ଣଙ୍କ ଜନ୍ମଭୂମିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

mahabharatanews

ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

mahabharatanews

ବର୍ଷାରେ ଭିଜିଲା ଦିଲ୍ଲୀ-ଏନସିଆର

mahabharatanews