(ଓମପ୍ରକାଶ ମିଶ୍ର/ସୋନପୁର): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜ ପୁର ବ୍ଳକର ସୁବଳୟା ଠାରେ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ପଡୋଶୀ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଅଞ୍ଚଳ ଦେଇ ବୌଦ୍ଧରୁ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ସୁବଳୟା ପୋଲିସ ଏହାକୁ ଜବତ କରିଛି । ଚୋରା ଚାଲାଣକାରୀମାନେ ଏକ ଟ୍ରକରେ ଭର୍ତ୍ତି ଗଞ୍ଜେଇ କାଶଲପୁରା ଜଙ୍ଗଲ ମଧ୍ୟରେ ଲୁଚାଇ ରଖିଥିବା ଖବର ସୁବଳୟା ପୋଲିସ ପାଇବା ପରେ ଚଢାଉ କରିଥିଲା । ଘଟଣାସ୍ଥଳରୁ ପୋଲିସ ୪.୮୦ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି । ଏଥିରେ ୪ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ନଗଦ ୧୦ ଲକ୍ଷ ଟଙ୍କା ସହ ୨ଟି ଗାଡି ଜବତ ହୋଇଛି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।
previous post