ଓଡିଶା

ମାଓବାଦୀଙ୍କ ବର୍ବର କାଣ୍ଡ: ରେଞ୍ଜରଙ୍କ ଗଳାକାଟି ହତ୍ୟା

(ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି): ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲା ଭେରମଗଡ ଥାନା ଅଞ୍ଚଳରେ ମାଓବାଦୀଙ୍କ ବର୍ବରକାଣ୍ଡ । ଅତି ନୃସଂଶ ଭାବେ ଜଣେ ବନବିଭାଗ ରେଞ୍ଜରଙ୍କ ଗଳାକାଟି ରାସ୍ତାରେ ଫିଙ୍ଗି ଦେଇଛନ୍ତି।
ସୂଚନା ଅନୁଯାୟୀ, ରବିବାର ବିଜାପୁର ଜିଲ୍ଲା ଭେରମଗଡ ଥାନା ଅନ୍ତର୍ଗତ କଣ୍ଡୋରୋଜ ଗାଁ ଇନ୍ଦ୍ରାବତୀ ବାଘ ସଂରକ୍ଷିତ ବନାଞ୍ଚଳ ଅଧିକାରୀ ରଥରାମ ପଟେଲଙ୍କୁ ମାଓବାଦୀମାନେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ରେଞ୍ଜର ପଟେଲ ଓ ତାଙ୍କର ଦୁଇ ସହକର୍ମୀ ବନ ବିଭାଗର କାର୍ୟ୍ୟ ଦେଖିବାକୁ ଯାଇଥିବା ବେଳେ କିଛି ମାଓବାଦୀ ଅସ୍ତ୍ର ଶସ୍ତ୍ର ଧରି ସେଠାରେ ପହଞ୍ଚି ରେଞ୍ଜରଙ୍କୁ ଘେରି ଯାଇଥିଲେ। ସାଥିରେ ଥିବା ଅନ୍ୟ ଦୁଇ କର୍ମଚାରୀ ମାଓବାଦୀମାନଙ୍କୁ ଦେଖି ଭୟରେ ଦୌଡି ପଳାଇଥିଲେ । ମାଓବାଦୀମାନେ ରେଞ୍ଜରଙ୍କୁ ନିର୍ମମ ଭାବେ ଗଳାକାଟି ହତ୍ୟା କରି ରାସ୍ତାରେ ଫିଙ୍ଗି ଦେଇ ପଳାଇଥିବା ଜଣା ପଡିଛି । ପରେ ଗାଁ ଲୋକ ଦେଖି ଭେରମଗଡ ଥାନାକୁ ଖବର ଦେଇଥିଲେ। ପୋଲିସ ସେଠାରେ ପହଞ୍ଚି ମୃତ ଶରୀରକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

ଆସୁଛି ଆଉ ଦୁଇଟି ଲଘୁଚାପ, ଭଲ ବର୍ଷା ସମ୍ଭାବନା

mahabharatanews

 ଅସମ୍ଭାଳ ତାତି 

mahabharatanews

ଶେରଗଡକୁ ଏନଏସି ମାନ୍ୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

mahabharatanews