ଅପରାଧ

ପେଟ୍ରୋଲିଂ ବେଳେ ଧରାପଡିଲା ଗଞ୍ଜେଇ; ଦୁଇ ଗିରଫ

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲାରୁ ପୋଲିସ ଜବତ କରିଛି ବିପୁଳ ପରିମାଣର ଗଞ୍ଜେଇ । ପେଟ୍ରୋଲିଂ କରୁଥିବା ସମୟରେ ଏହି ଗଞ୍ଜେିି ଜବତ କରିବା ସହ ଦୁଇ ଜଣଙ୍କୁ ଗିରପ କରି ପୋଲିସ କୋର୍ଟ ଚାଲାଣ କରିଛି ।
ଗଞ୍ଜାମ ଜିଲ୍ଲା ଖଣ୍ଡଦେଉଳି ଗାଁ ନିକଟରୁ ପୋଲିସକୁ ମିଳିଛି ମୋଟ ୫୩ କେଜି ୭୫୦ ଗ୍ରାମ ଗଞ୍ଜେଇ । ଆସିକା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଏଭଳି ଏକ ସଫଳତା ପାଇଛି । ତେବେ ଏହି ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ଜଣାଯାଇଛି । ଏହା ସହିତ ଗୋଟିଏ ବାଇକ ଏବଂ ପିକଅପ ଭ୍ୟାନ ମଧ୍ୟ ପୋଲିସ ଜବତ କରିଛି । କନ୍ଧମାଳରୁ ଅନେକ ଦିନ ଧରି ଏଭଳି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଏମାନଭ୍କୁ ଧରିବାରେ ଆଜି ସଫଳ ହୋଇଛି । ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ପରେ ସେମାନଭ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଆସିକା ଏସଡିପିଓ ।

Related posts

ଭତ୍ତା ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

mahabharatanews

ଭିଜିଲାନ୍ସ ଜାଲରେ କଲେଜ କରାଣି ଉତ୍ତମ ରାଉତ

mahabharatanews

ଦାଦା ବଟିକୁ ନେଇ ବସ୍ତିରେ ବୁଲିଲା ଖଣ୍ଡା

mahabharatanews