ଅପରାଧ

ଭତ୍ତା ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

(ମହାଭାରତ, ଖଲ୍ଲିକୋଟ): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ପଥରା ଗାଁରେ ଭତ୍ତା ଟଙ୍କା ପାଇଁ ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ମହିଳାଙ୍କ ନାଁ ସେରେନ୍ତା ବେହେରା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଗତ ୧୫ ତାରିଖରେ ସେରେନ୍ତା ପଞ୍ଚାୟତ କାର୍ଯ୍ୟାଳୟରୁ ବାର୍ଦ୍ଧକ୍ୟ ଭତ୍ତା ଧରି ଘରକୁ ଫେରିଥିଲେ । ତାଙ୍କ ସ୍ୱାମୀ ଏହି ଭତ୍ତା ଟଙ୍କା ମାଗିଥିଲେ । କିନ୍ତୁ ସ୍ତ୍ରୀ ଦେଇ ନଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ଏକ କାଠ ଫାଳିଆରେ ସେରେନ୍ତାଙ୍କୁ ନିର୍ଧୁମ ପିଟିବା ସହ ଛୁରୀରେ ଆକ୍ରମଣ କରିଥିଲେ । ଗାଁ ଲୋକେ ସେରେନ୍ତାଙ୍କୁ ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସ୍ୱାମୀ ଜଣକ ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।

Related posts

ବିଭୂତିପୁର ପୂର୍ବତନ ଜେଡିୟୁ ବିଧାୟକ ରାମବାଳକ ସିଂହଙ୍କୁ ୫ ବର୍ଷ ଜେଲ

mahabharatanews

ଭିଜିଲାନ୍ସ ପଞ୍ଝାରେ କିରାଣୀ

mahabharatanews

ଗ୍ୟାଙ୍ଗଷ୍ଟର ହାଇଦରର ପୁଅ କାଦିରକୁ ଆଜୀବନ କାରାଦଣ୍ଡ

mahabharatanews

Leave a Comment