ଓଡିଶା

ଜଳିଗଲା ଗଞ୍ଜେଇ ଗାଡ଼ି

(ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି): ମାଲକାନଗିରି ଜିଲ୍ଲାରେ ଏମ୍.ଭି ୧୬ ଗ୍ରାମ ନିକଟରେ ଏକ କାର ଜଳି ପୋଡି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ କାରଟି ମାଲକାନଗିରିରୁ ଆସି କାଲିମେଳା ଦିଗରେ ଯାଉଥିବା ସମୟରେ ହଠାତ କାର ଟି ଗ୍ରାମ ମୁଖ୍ୟ ରାସ୍ତା କଡରେ ଅଟକି ଯାଇଥିଲା ଏବଂ କାର ଚାଳକ ବାହାରିବା ମାତ୍ରେ ସେଥିରେ ନିଆଁ ଲାଗିଯାଇଥିଲା । ପରବର୍ତୀ ସମୟରେ ଗ୍ରାମବାସୀ ଏବଂ ଦମକଳ ସାହାଯ୍ୟରେ ନିଆଁକୁ ଆୟତ କରାଯାଇଥିଲା । ସୌଭାଗ୍ୟ ବସତଃ କାରରେ କେହି ନଥିଲେ । ତେବେ ଗାଡିଟି ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି । ଦମକଳ ବହିନୀଙ୍କ ଯାଞ୍ଚ ସମୟରେ ସେଥିରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଛି । ଗାଡିଟି କାହାର ଏବଂ କିଭଳି ନିଆଁ ଲାଗିଗଲା ସେନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳି ପାରିନାହିଁ । ଗାଡି ଚାଳ ଷଫରାର୍ ଥିବା ବେଳେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିବା ସହ ଗାଡ଼ି ଚାଳକକୁ ଖୋଜୁଛି ।

Related posts

ଧରା ହେଲା ଚୋରା କୋଇଲା ବୋଝେଇ ଗାଡି

mahabharatanews

ବାହାନଗାରେ ମର୍ମନ୍ତୁଦ ରେଳ ଦୁର୍ଘଟଣା

mahabharatanews

ଗତ ୨୪ ଘଣ୍ଟା ମଧ୍ୟରେ ୨୬୯ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews