ଅପରାଧ

ଗଞ୍ଜାମରେ ପୁଣି ଗୁଳିକାଣ୍ଡ, ୨ ଆହତ

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲା ଗୋଲିଆ ଗାଁରେ ଆଜି ପୁଣି ଏକ ଗୁଳିକାଣ୍ଡ ହୋଇଛି । ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇ ପ୍ରଥମେ ବୁଗୁଡା ମେଡିକାଲ ଓ ପରେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ତେବେ ଗୁଳିକାଣ୍ଡର ଅସଲ କାରଣ ଜଣା ପଡିନଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ଏଭଳି କାଣ୍ଡ ଘଟିଥିବା ବୁଗୁଡା ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା କହିଛନ୍ତି । ସୂଚନାଯୋଗ୍ୟ, କିଛି ଦିନ ତଳେ ଏହି ଅଞ୍ଚଳରେ ଏକ ଗଣ୍ଡଗୋଳ ଘଟିଥିଲା । ଏଥିରେ ତିନି ଜଣ ଆହତ ହୋଇଥିଲେ ।

Related posts

ଜେଲରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ: ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ପରିବାର

mahabharatanews

ଚଢାଉରେ ଏକ ହଜାରରୁ ଅଧିକ ଲିଟର ମଦ ଜବତ

mahabharatanews

ନାବାଳିକାକୁ ଅପହରଣ କରି ବଳି ଦେବା ଉଦ୍ୟମ, ତିନି ଅଭିଯୁକ୍ତ ଗିରଫ

mahabharatanews