ଓଡିଶା

ଗାଁ ସାଥି ସମସ୍ୟା ବିଡିଓଙ୍କୁ ଦାବିପତ୍ର

(ରଜନୀକାନ୍ତ ପାତ୍ର/ଗଞ୍ଜାମ): ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ଗାଁ ସାଥି ସଂଗଠନର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ବିଗତ ଦିନରେ ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଗାଁ ସାଥି ସଙ୍ଗଠନ ପକ୍ଷରୁ ଦାବିପତ୍ର ଦିଆଯାଇଥିଲା । କିନ୍ତୁ ତାହା ସଠିକ ଭାବେ ତାହା ଫଳପ୍ରଦ ହୋଇନଥିଲା । ସେଥିପାଇଁ ପୁଣିଥରେ ଗାଁ ସାଥି ସଙ୍ଗଠନ ପକ୍ଷରୁ ଗତକାଲି ସମସ୍ତ ଗାଁ ସାଥିର ସଦସ୍ୟ ମାନେ ନିଜ ନିଜର ବ୍ୟକ୍ତିଗତ ଭାବେ ଦାବିପତ୍ର ପ୍ରଦାନ କରିବାକୁ ଯାଇଥିଲେ । କିନ୍ତୁ ବିଡ଼ିଓଙ୍କ ଅନୁପସ୍ଥିତ ଥିବାରୁ ବ୍ଳକ ଯନ୍ତ୍ରୀ ମୁଖ୍ୟ ଶ୍ରୀ ଗୋପାଳ କୃଷ୍ଣ ଗୌଡଙ୍କୁ ଦେଇଥିଲେ । ଗାଁ ସାଥି ସଙ୍ଗଠନ, ଯନ୍ତ୍ରୀ ଶ୍ରୀ ଗୌଡ ଏବଂ ବ୍ଳକ ଏପିଓ ମିଳିତ ଭାବେ ଆଲୋଚନା କରିବା ପରେ ସାତଦିନ ମଧ୍ୟରେ ଏହାର ସମାଧାନ କରିବେ ବୋଲି ଶ୍ରୀ ଗୌଡ ପ୍ରତିଶୃତି ଦେଇଥିଲେ । ଏହାପରେ ଗାଁସାଥି ସଙ୍ଗଠନର ସଦସ୍ୟ ମାନେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଙ୍କୁ ଭେଟି ସମସ୍ୟା ବିଷୟରେ ଅବଗତ କରାଇଥିଲେ । ଯାହାକି ବ୍ଳକ ଅଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଶ୍ରୀସାହୁ କହିଥିଲେ । ପ୍ରତିଶୃତିକୁ ନେଇ ଗାଁସାଥି ସଙ୍ଗଠନ ଆଗାମୀ ଦିନ ଅପେକ୍ଷାକୃତ ଥିବା ଜଣାପଡିଛି ।

Related posts

ଓଡିଶାକୁ ଅନୁଭବଙ୍କ କେଶ ସ୍ଥାନାନ୍ତର କରିବାକୁ ବର୍ଷା ଯିବେ ସୁପ୍ରିମ କୋର୍ଟ

mahabharatanews

“ନବୀନ ଶପଥ ନ ନେଲେ ରାଜନୀତି ଛାଡ଼ିଦେବି”

mahabharatanews

ଗୋଳାବାରୁଦ କାରଖାନାରେ ଯବାନଙ୍କ ଆତ୍ମହତ୍ୟା

mahabharatanews