ଅପରାଧଓଡିଶା

ଚାମେଲି ଓଝାଙ୍କ ଅଭିଯୋଗ ମାମଲାରେ ଜାତୀୟ ମାନବାଧିକାର ଆୟୋଗଙ୍କ ହସ୍ତକ୍ଷେପ

ଚାମେଲି ଓଝାଙ୍କ ଅଭିଯୋଗ ମାମଲାରେ ଜାତୀୟ ମାନବାଧିକାର ଆୟୋଗଙ୍କ ହସ୍ତକ୍ଷେପ। କେନ୍ଦ୍ରାପଡା ଜିଲ୍ଲାପାଳ ଏବଂ ଏସପିଙ୍କୁ ତଲବ କରିଛନ୍ତି ଆୟୋଗ। ତିଖିରି ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ପକ୍ଷରୁ ଉଠିଥିବା ଅଭିଯୋଗକୁ ଗୁରୁତ୍ୱର ସହ ନେଇଛନ୍ତି ଜାତୀୟ ମାନବାଧିକାର ଆୟୋଗ ବା NHRC। ମାନବାଧିକାର ଫ୍ରଣ୍ଟ ଇଣ୍ଡିଆର ଅଧ୍ୟକ୍ଷ ମନୋଜ ଜେନା ଆୟୋଗଙ୍କ ନିକଟରେ ଦାଖଲ କରିଥିବା ଅଭିଯୋଗରେ କହିଛନ୍ତି ଯେ, ଚାମେଲି ଓଝାଙ୍କୁ ମିଥ୍ୟା ମାମଲାରେ ଫସାଯାଇଛି ଏବଂ ଗିରଫ ସମୟରେ ତାଙ୍କ ଅଧିକାରକୁ ଉଲ୍ଲଂଘନ କରାଯାଇଛି।

Chameli Ojha Chameliojha (@khushi.choudharay) - Videos | Facebook

ଅଭିଯୋଗରେ ପୋଲିସ ଧମକ, କ୍ଷମତାର ଅପବ୍ୟବହାର, ହିରାସତରେ ଅସଦାଚରଣ ଏବଂ ଆଇନଗତ ସୁରକ୍ଷାରୁ ବଞ୍ଚିତ କରାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ ରହିଛି। ଅଭିଯୋଗକୁ ପର୍ଯ୍ୟାଲୋଚନା କରି NHRC କହିଛି ଯେ, ଏହି ମାମଲାରେ ମାନବାଧିକାର ଉଲ୍ଲଂଘନ ଏବଂ ସମ୍ବିଧାନର ଅନୁଚ୍ଛେଦ-୨୧ ଅନୁଯାୟୀ ଜୀବନ ଓ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାର ପ୍ରଭାବିତ ହୋଇଥିବା ନେଇ ଗୁରୁତର ପ୍ରଶ୍ନ ଉଠୁଛି।

ଏହା ପରେ ଆୟୋଗ କେନ୍ଦ୍ରାପଡା ଜିଲ୍ଲାପାଳ ଓ ପୋଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଘଟଣାର ତଦନ୍ତ କରି ୧୫ ଦିନ ମଧ୍ୟରେ ଆକ୍ସନ ଟେକେନ୍ ରିପୋର୍ଟ ବା ATR ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ତଦନ୍ତ ରିପୋର୍ଟ ଆସିବା ପରେ ମାମଲାର ପ୍ରକୃତ ସତ୍ୟତା ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।

Related posts

ଭଦ୍ରକରେ ୧୪୪ ଧାରା 

mahabharatanews

ଚନ୍ଦନେଶ୍ୱରଙ୍କ ପ୍ରସିଦ୍ଧ ଚଡକ ମେଳା

mahabharatanews

ଆସିଲା JEE Main ଏବଂ NEET ପରୀକ୍ଷା ତାରିଖ 

mahabharatanews