ଭାରତ

ବଢ଼ିଲା ଗ୍ୟାସ ଦର

(ଦିଲ୍ଲୀ) : ଦିନକୁ ଦିନ ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି କମର୍ସିଆଲ ଗ୍ୟାସ ଦର । କମର୍ସିଆଲ ଗ୍ୟାସ ଦର ୭ ଟଙ୍କା ବୃଦ୍ଧି ହୋଇଛି । କମର୍ସିଆଲ ଏଲପିଜି ଦର ୭ ଟଙ୍କା ବୃଦ୍ଧି ପାଇ ୧,୭୮୦ ଟଙ୍କାରେ ପହଞ୍ଚିଛି । ତେବେ ଘରୋଇ ଏଲପିଜି ଗ୍ୟାସ ଦର ଅପରିବର୍ତ୍ତିତ ରହିଛି ।

ସୂଚନାନୁଯାୟୀ ,  ତେବେ ଘରୋଇ ଏଲପିଜି ସିଲିଣ୍ଡର ଦିଲ୍ଲୀରେ ୧୧୦୩ ଟଙ୍କା, କୋଲକାତାରେ ୧୧୨୯, ମୁମ୍ବାଇରେ ୧୧୦୨.୫୦ ରହିଛି ଏବଂ ଚେନ୍ନାଇରେ ୧୧୧୮.୫୦ ଟଙ୍କା ରହିଛି । ଦିଲ୍ଲୀରେ କମର୍ସିଆଲ ଏଲପିଜି ଦର ୧୭୭୩ ଟଙ୍କାରୁ ବଢି ୧୭୮୦ରେ ପହଞ୍ଚିଛି । ଚେନ୍ନାଇରେ ୧୯୩୭ଟଙ୍କାରୁ ବୃଦ୍ଧି ପାଇ ୧୯୪୪ ଟଙ୍କା ହୋଇଛି । ଏହାପୂର୍ବରୁ ଜୁନ ମାସରେ କମର୍ସିଆଲ ଏଲପିଜି ଗ୍ୟାସ ଦରରେ ୮୩ ଟଙ୍କା ହ୍ରାସ ପାଇଥିଲା । ସେହିପରି ମେ’ରେ ଏହି ଗ୍ୟାସ୍ ଦାମ ୧୭୨ ଟଙ୍କା କମ୍ ହୋଇଥିଲା ।

Related posts

୧୦ରେ କେଜ୍ରିୱାଲଙ୍କ ଜାମିନ ଶୁଣାଣି  

mahabharatanews

ବିରାଟ ବିଲ୍‌ବୋର୍ଡ ଭୁଶୁଡ଼ିବା ମାମଲା; ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

mahabharatanews

ବର୍ଷା ବିତ୍ପାତ, ୬ ଜିଲ୍ଲାରେ ସ୍କୁଲ ବନ୍ଦ 

mahabharatanews