ଭାରତ

୧୦ରେ କେଜ୍ରିୱାଲଙ୍କ ଜାମିନ ଶୁଣାଣି  

(ଦିଲ୍ଲୀ) : ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ରହିବେ କି ବାହାରକୁ ଆସିବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ଏହାର ରାୟ ପ୍ରଦାନ କରିବାର ସମ୍ଭାବନା ରହିଛି। ମଙ୍ଗଳବାର ଦିନ ସୁପ୍ରିମକୋର୍ଟରେ ଏକ ଜୋରଦାର ବିତର୍କ ହୋଇଥିଲା ଯେଉଁଥିରେ କୋର୍ଟ ଇଡିଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ ଏବଂ ଶୁଣାଣି ପରେ ଏହି ନିଷ୍ପତ୍ତି ସଂରକ୍ଷିତ ରହିଥିଲା।

ସୂଚନାନୁଯାୟୀ , ଏହାପୂର୍ବରୁ ମଙ୍ଗଳବାର ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ବେଞ୍ଚ ଶୁଣାଣି ସମୟରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ ଉପରେ ରାୟ ସଂରକ୍ଷିତ ରଖିଛି। ବରିଷ୍ଠ ଓକିଲ ଅଭିଷେକ ସିଂଭି ଏବଂ ଅତିରିକ୍ତ ସଲିସିଟର ଜେନେରାଲ (ଏଏସ୍‌ଜି) ଏସ ଭି ରାଜୁଙ୍କ ଯୁକ୍ତି ଶୁଣିବା ପରେ ଏହି ନିଷ୍ପତ୍ତି ସଂରକ୍ଷିତ ରଖିଛି। ସିଂଭି କେଜ୍‌ରିୱାଲଙ୍କ ତରଫରୁ ରାଜୁ ଏନ୍‌ଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ଙ୍କ ତରଫରୁ ହାଜର ହୋଇଥିଲେ।

Related posts

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

mahabharatanews

ଦୀପିକାଙ୍କ ସାଙ୍ଗରେ ରାମ୍ପରେ ଚାଲିଲେ ରଣବୀର ସିଂ; ଭିଡ଼ିଓ ହେଉଛି ଭାଇରଲ

mahabharatanews

ଇସ୍ତଫା ଦେଲେ ନୀତିଶ , ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ

mahabharatanews