ପାରାଦୀପ/ ପ୍ରଶାନ୍ତ କୁମାର ସ୍ଵାଇଁ: ବ୍ୟକ୍ତି ର ବିକାଶ ରେ ସମାଜ ର ବିକାଶ l ପାରାଦୀପ ବିଜୟଚନ୍ଦ୍ରପୁର ଠାରେ ପ୍ରଭୁ ମହାକାଳେଶ୍ଵରଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହ ରେ ଅନୁଷ୍ଠିତ ହୋଇଛି l ମହାକାଳେଶ୍ଵରଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଅବସରରେ ବୃହତ ଗାୟତ୍ରୀ ମହାଯଜ୍ଞ ଆୟୋଜନ କରାଯାଇଛି l ଆଜିର ସମାଜରେ ମଣିଷ କିପରି ନିଶାସେବନ ସହିତ ବିଭିନ୍ନ କୁସଙ୍ଗତ ରେ ପଡି ନିଜର ବିନାଶ କରିବା ସହିତ ନିଜ ପରିବାର ଅଶାନ୍ତି ର କାରଣ ପାଲଟୁଛି l ଏ ନେଇ ଗାୟତ୍ରୀ ମହାଯଜ୍ଞ ଅବସରରେ ଯୁଗନିର୍ମାଣ କାର୍ଯ୍ୟକ୍ରମ ଅନୁଯାୟୀ କିପରି ମଣିଷ ମନରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ ହେବ l ଈଶ୍ୱର ବିଶ୍ୱାସ ଦ୍ୱାରା ମନ ଭିତରେ ରହିଥିବା କୁଭାବନା ର ବିନାଶ ହୋଇ ଆଧ୍ୟାତ୍ମିକ ଚେତନା ଜାଗ୍ରତ ହେବାଦ୍ବାରା ମଣିଷ ନିଜର ଭାବନା ବଦଳାଇ ନିଜ ପରିବାର ସହିତ ସମାଜ କଲ୍ୟାଣ ରେ ନିଜକୁ ସାମିଲ କରାଇପାରିବ ଏହା ଗାୟତ୍ରୀ ମହାଜଜ୍ଞ ର ମୁଖ୍ୟ ଉଦ୍ଦେଶ୍ୟ l ଏହି କାର୍ଯ୍ୟକ୍ରମ ରେ ବିଜୟଚନ୍ଦ୍ରପୁର ଗ୍ରାମବାସୀ ଏବଂ ପାରାଦୀପ ଅଞ୍ଚଳ ର ଶ୍ରଦ୍ଧାଳୁ ମାନେ ଯୋଗଦେଇ ଗାୟତ୍ରୀ ମହାଜଜ୍ଞ ରେ ସାମିଲ ହୋଇଥିଲେ l ଏଥି ସହିତ ନିଜକୁ ବଦଳାଇବା ଏବଂ ଅନ୍ୟକୁ କିପରି ସତ ବିଚାର ଓ ସଦବୁଦ୍ଧି ଦିଗରେ ଅନୁପ୍ରାଣିତ କରିବାପାଇଁ ଚେଷ୍ଟା କରିବେ ଏଥିପ୍ରତି ଉପସ୍ଥିତ ଗାୟତ୍ରୀ ପରିବାର ର ମୁଖ୍ୟ ମାନେ ସମସ୍ତ ଶ୍ରଦ୍ଧାଳୁ ମାନଙ୍କୁ ପରାମର୍ଶ ଦେଇଥିଲେ l
previous post
next post
