ଓଡିଶା

ଓଡ଼ିଶା ମିଲେଟ ମିସନକୁ ଗ୍ଲୋବାଲ ମଡେଲ୍‌ ପୁରସ୍କାର

(ହାଇଦ୍ରାବାଦ) : ମିଲେଟରେ ପ୍ରୋତ୍ସାହନ ପାଇଁ ଓଡ଼ିଶା ମିଲେଟ ମିସନକୁ ଗ୍ଲୋବାଲ ମଡେଲ୍‌ ପୁରସ୍କାର । ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ମିଲେଟ ରିସର୍ଚ୍ଚ ପକ୍ଷରୁ ହାଇଦ୍ରାବାଦ ଠାରେ ଆୟୋଜିତ ଅନ୍ତଃରାଷ୍ଟ୍ରୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ୫.୦ ଅବସରରେ ଏହି ପୁରସ୍କାର ମିଳିଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ସୂଚନାନୁଯାୟୀ , ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ମିଲେଟସ୍‌ ରିସର୍ଚ୍ଚ ଆନୁକୂଲ୍ୟରେ ହାଇଦ୍ରାବାଦଠାରେ ନଭେମ୍ବର ୨୭ ଓ ୨୮ ତାରିଖରେ ଦୁଇଦିନିଆ ଅନ୍ତରାଷ୍ଟ୍ରୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ୫.୦ ଆୟୋଜନ କରାଯାଇଥିଲା। ଥିରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ଉଦ୍‌ଯାପନୀ ଉତ୍ସବରେ ଅଭିଭାଷଣ ଦେବା ସହିତ ଖାଦ୍ୟ ଓ ପୁଷ୍ଟି ନିରାପତ୍ତା ପାଇଁ ରାଜ୍ୟ ମିଲେଟସ୍‌ ମିଶନ ମାଧ୍ୟମରେ ମିଲେଟସ୍‌କୁ ମୁଖ୍ୟଧାରାରେ ସମ୍ମିଳିତ କରିବା ଆଧାରିତ ବିଷୟବସ୍ତୁର ଅଧିବେଶନରେ ସହଅଧ୍ୟକ୍ଷ ଭାବେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।

Related posts

ଭେଣ୍ଡିଆ ପୁଅ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

mahabharatanews

ବଢୁଛି ତାତି : ୧୫ରୁ ବର୍ଷା ସମ୍ଭାବନା

mahabharatanews

ଟନେଲରେ ୪୧ ଶ୍ରମିକ ; ସମ୍ବଲପୁରରୁ ଗଲା ଅତ୍ୟାଧୁନିକ ମେସିନ

mahabharatanews