(ପୁରୀ) : କାଳିଆ ଠାକୁରଙ୍କୁ ଦର୍ଶନ କରିଲେ ଗୋଆ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ପ୍ରମୋଦ ସାବନ୍ତ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୂଙ୍କ ଦର୍ଶନ ସହ ଆଶ୍ରିବାଦ ଲାଭ କରିଛନ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ପହଂଚିବା ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯିବା ସହ କଡା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିର ମଧ୍ୟକୁ ନିଆଯାଇଥିଲା ।
ସୂଚନାନୁଯାୟୀ , ଗୋଆ ମୁଖ୍ୟମନ୍ତ୍ରୀ ପ୍ରଥମେ ପତିତପାବନଙ୍କୁ ଦର୍ଶନ କାରି ବାଇଶି ପାହାଚ ଦେଇ ରତ୍ନସିଂହାସନରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପରେ ମନ ବହୁତ ପ୍ରସନ୍ନ ହୋଇଛି । ପ୍ରଧନମନ୍ତ୍ରୀ ଦେଖିଥିବା ବିକଶିତ ଭାରତର ସ୍ୱପ୍ନ ପୂରଣ ପାଇଁ ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କଲି । ବିକଶିତ ଭାରତର ସ୍ୱପ୍ନ ସାକାର ହେଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱାନ୍ତ ।