ଓଡିଶା

ବ୍ରିଜ ଉପରେ ଆଧାରକାର୍ଡ ରଖି କାଠଯୋଡ଼ିକୁ ଡେଇଁ ପଡ଼ିଲେ ଦମ୍ପତି

କଟକ: ବ୍ରିଜ୍‌ ଉପରେ ଆଧାରକାର୍ଡ ରଖି କାଠଯୋଡ଼ିକୁ ଡେଇଁପଡ଼ିଲେ ଦମ୍ପତି। ଆଜି ସନ୍ଧ୍ୟା ବେଳେ ଏପରି ହୃଦୟବିଦାରକ ଘଟଣା କଟକ ତ୍ରିଶୁଳିଆ ବ୍ରିଜ୍‌ରେ ଘଟିଛି। ଉଭୟଙ୍କ ଘର ବାଙ୍କୀ ବାଆଁରା ରାମଚନ୍ଦ୍ର ଅଞ୍ଚଳର। ପାରିବାରିକ କଳହରୁ ଉଭୟ ଭରା ନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି। ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ବାରଙ୍ଗ ପୁଲିସ୍‌ ଅଗ୍ନିଶମ ବିଭାଗ।

ସୂଚନା ଅନୁସାରେ କଟକ ଜିଲ୍ଲା ବାରଙ୍ଗ ଥାନା ଅଧୀନ ତ୍ରିଶୁଳିଆ ପୋଲ ଉପରକୁ ଆଜି ସନ୍ଧ୍ୟାରେ ଜିଲ୍ଲାର ବାଙ୍କୀ ଅଞ୍ଚଳର ଦଂପତି ପହଞ୍ଚି ଥିଲେ। ସେମାନେ ପୋଲ ଉପରେ ମୋବାଇଲ ଓ ଆଧାରକାର୍ଡ ରଖିଥିଲେ। ଏହା ପରେ ହଠାତ୍‌ ପାଣିକୁ ଡେଇଁଥିଲେ। ଉଭୟ ପାଣିକୁ ଡେଇଁବାର ଦୃଶ୍ୟ ସ୍ଥାନୀୟ ଲୋକ ଦେଖିଥିଲେ ମଧ୍ୟ ସେମାନେ କିଛି ଭାବିବା ପୂର୍ବରୁ ଅଘଟଣ ଘଟି ସାରିଥିଲା।

ସ୍ଥାନୀୟ ଲୋକଙ୍କର ସୂଚନା ଆଧାରରେ ଘଟଣାସ୍ଥଳକୁ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ଥିଲେ। ରିପୋର୍ଟ ଲେଖାଯିବା ବେଳକୁ ସ୍ବାମୀ ଓ ସ୍ତ୍ରୀ ନିଖୋଜ ଅଛନ୍ତି। ଅନ୍ଧାର ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ପହଞ୍ଚିଛି।

Related posts

ଭୋଟର ତାଲିକା ସଂଶୋଧନ୨୦୨୧ ଅନୁଷ୍ଠିତ

mahabharatanews

ଆରମ୍ଭ ହେଲା ମତଦାନ, ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ଲକ୍ ହେବ

mahabharatanews

ଗଛରେ ପିଟି ହେଲା କାର, ୩ ଗୁରୁତର

mahabharatanews