ଓଡିଶା

 ଆସନ୍ତାକାଲି ଡାଳିକିଆ ବେଶରେ ଦର୍ଶନ ଦେବେ ମହାପ୍ରଭୁ

(ପୁରୀ) :  ଗତକାଲିଠୁ ଆରମ୍ଭ ହୋଇଛି  ମହାକାର୍ତ୍ତିକର ପଞ୍ଚୁକ ବ୍ରତ । କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଞ୍ଚୁକ ବେଶ ଅନୁଷ୍ଠିତ ହେବ । ଗୁରୁବାର ଦିନ ଶ୍ରୀମନ୍ଦିରରେ ହରି ଉତଥାପନ ଏକାଦଶୀ ନୀତି ସମ୍ପନ୍ନ ହେବା ସହ ମହାପ୍ରଭୁଙ୍କ ଠିଆକିଆ ତଥା ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ ।

ସୂଚନାନୁଯାୟୀ ,  ସେହିପରି ଆସନ୍ତାକାଲି ୨୫ ତାରିଖରେ ମହାପ୍ରଭୁଙ୍କର ଡାଳିକିଆ ବା ତ୍ରିବିକ୍ରମ ବେଶ, ୨୬ରେ ଲକ୍ଷ୍ମୀନୃସିଂହ ବେଶ, ଏବଂ ପଞ୍ଚୁକର ଶେଷ ଦିନ, ୨୭ ତାରିଖରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । ଲକ୍ଷ୍ମୀନାରାୟଣ ବେଶରେ ଶ୍ରୀଭୁଜ, ଶଙ୍ଖ, ଚକ୍ର, ହଳ, ମୁଷଳ ଏବଂ କେତେକ ଅଧିକ ଅଳଙ୍କାର ଧାରଣ କରିଥାନ୍ତି । ଆଜି ଅବକାଶ ନୀତି ପରେ ପାଟବସ୍ତ୍ର, ସ୍ୱର୍ଣ୍ଣ ଅଳଙ୍କାର ଏବଂ ପୁଷ୍ପମାଲ୍ୟ ପରିଧାନ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ସେପଟେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ।

Related posts

ସୁନ୍ଦରଗଡ଼ କୁରେଇବଗା ଗାଁରେ ହାତୀ ଆତଙ୍କ

mahabharatanews

ପରଲୋକରେ କବି ପଦ୍ମଶ୍ରୀ ଡକ୍ଟର ଜୟନ୍ତ ମହାପାତ୍ର 

mahabharatanews

ଉତ୍କଳ ଆଲୁମିନା କମ୍ପାନୀ ବିରୁଦ୍ଧରେ ଧାରଣା

mahabharatanews