ଅପରାଧ

ମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କାର ସୁନା ଲୁଟ୍

(ମହାଭାରତ, ବଲାଙ୍ଗୀର): ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ କୁଡାସିଂହା ଗାଁରେ ଜଣେ ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି ହୋଇଛି । ଏହି ଗାଁର ଉଜ୍ଜ୍ୱଳ ସାହୁଙ୍କ ଘରେ କିଛି ଦୁର୍ବୃତ୍ତ ପଶି ମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଗତ ଗୁରୁବାର ରାତି ପ୍ରାୟ ସାଢେ ୧୧ଟା ବେଳେ ୧୦ରୁ ଅଧିକ ଡକାୟତ ୨ଟି ୪ ଚକିଆ ଗାଡିରେ ତାଙ୍କ ଘରକୁ ଆସିଥିଲେ । ସେମାନେ ଠେଙ୍ଗା, ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଦେଖାଇ ବ୍ୟବସାୟୀଙ୍କ ପରିବାର ଲୋକଙ୍କୁ ଭୟଭୀତ କରିଥିଲେ । ପରିବାରର ଅନ୍ୟ ଦୁଇ ଜଣଙ୍କୁ ଆକ୍ରମଣ ମଧ୍ୟ କରିଥିଲେ । ଏହାପରେ ୪୦ ଭରି ସୁନା ଏବଂ ନଗଦ ୪୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଆହତମାନଙ୍କୁ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ବଲାଙ୍ଗୀର ଏସଡିପିଓ, କୁକୁର ସନ୍ଧାନକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି । ଏହି ଲୁଟ୍ ଘଟଣାକୁ ନେଇ ଗାଁ ଲୋକେ ଆତଙ୍କିତ ହୋଇଛନ୍ତି ।

Related posts

ଶୋଇଥିବା ଅବସ୍ଥାରେ ବେକ କାଟିଦେଲା ଦୁର୍ବୃତ୍ତ

mahabharatanews

ସବ୍ ଇନ୍ସପେକ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

mahabharatanews

ସୀମା ପାର କରି ଭାରତୀୟ ଅଞ୍ଚଳରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ ପାକିସ୍ତାନୀ ରେଞ୍ଜର

mahabharatanews