ଓଡିଶା

ମାଲକାନଗିରି: ଆହାର କେନ୍ଦ୍ରକୁ ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ

(ମହାଭାରତ, ମାଲକାନଗିରି): ରାଜ୍ୟରେ ଖୋଲିଥିବା ଆହାର କେନ୍ଦ୍ରଗୁଡିକରେ ଉନ୍ନତ ମାନର ଖାଦ୍ୟ ପରିବେଶଣରେ ଲୋକଙ୍କୁ ଅନିୟମିତତା ହେଉଥିବା ଅଭିଯୋଗ ହୋଇ ଆସୁଛି । ତେବେ ଏଭଳି ଅଭିଯୋଗ ମାଲକାନଗିରି ଜିଲ୍ଲାରେ ଥିବା ଆହାର କେନ୍ଦ୍ରଗୁଡିକରୁ ଆସିବା ପରେ ଜିଲ୍ଲାପାଳ ପଦକ୍ଷେପ ନେଇଛନ୍ତି । ମାଲକାନଗିରି ଜିଲ୍ଲାପାଳ ମନିଶ ଅଗ୍ରୱାଲ ଗୁରୁବାର ସକାଳେ ବାଲିମେଳା ଅଞ୍ଚଳର ଏକ ଆହାର କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଥିଲେ । ତେବେ ଏଠାରେ ନିମ୍ନମାନର ଖାଦ୍ୟ ଲୋକଙ୍କୁ ଯୋଗାଇ ଦିଆଯାଉଥିବା ଅଭିଯୋଗର ସମୀକ୍ଷା କରିବାକୁ ସେ ଏଠାରେ ପହଞ୍ଚିଥିଲେ । ଆଧାର କେନ୍ଦ୍ରର ମହିଳା କର୍ମଚାରୀମାନେ ୟୁନିଫର୍ମ ପିନ୍ଧି ନଥିବାରୁ ତାହାକୁ ନେଇ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିଥିଲେ । ତାସହ ଆହାର କେନ୍ଦ୍ରକୁ ଆସୁଥିବା ଲୋକଙ୍କୁ ଅଧା ଖାଦ୍ୟ ନଦେଇ ଥାଳି ଭର୍ତ୍ତି କରି ପରଶିବାକୁ କହିଥିଲେ । ଏହା ବ୍ୟତୀତ ଅନ୍ୟ ଲୋକମାନଙ୍କ ଭଳି ନିଜେ ମଧ୍ୟ ଖାଇବା ପାଇଁ ଲାଇନରେ ଛିଡା ହୋଇଥିଲେ । ତେବେ ଆଗାମୀ ଦିନରେ ଆହାର କେନ୍ଦ୍ରଗୁଡିକରେ ପରଶା ଯାଉଥିବା ଖାଦ୍ୟଗୁଡିକର ମାନ ଆହୁରି ଉନ୍ନତ କରିବା ପାଇଁ ଚେଷ୍ଟା କରାଯିବ ବୋଲି ଗଣମାଧ୍ୟମକୁ କହିଥିଲେ । ଏହାବ୍ୟତୀତ ଏଠାରେ ଏସି ଲଗାଇବା ସହ ଆହାର କେନ୍ଦ୍ରକୁ ସଫା ସୁତୁରା ରଖିବା ପାଇଁ ଏଣେ ତେଣେ ହାତ ନଧୋଇ ବେସିନର ବ୍ୟବହାର କରିବାକୁ ଉଭୟ କର୍ମଚାରୀ ଓ ଲୋକଙ୍କୁ ପରାମର୍ଶ ଦେଇଥିଲେ ।

Related posts

ଘରର ବାଲକୋନିକୁ ଆସି ‘ବାବୁସାନ’ କହିଲେ ‘ଠିକ ସମୟରେ ଠିକ କଥା କହିବି’

mahabharatanews

ରୂପା ମିଶ୍ର ଯିବେ କେନ୍ଦ୍ରୀୟ ଡେପୁଟେସନ

mahabharatanews

ରାତିରେ କ୍ୟାପିଟାଲ ହସ୍ପିଟାଲରେ ବୁଲିଲେ ମୁଖ୍ୟମନ୍ତ୍ରୀ

mahabharatanews

Leave a Comment