ଓଡିଶା

କରୋନା ଆକ୍ରାନ୍ତ ଚିହ୍ନଟ ପରେ କଲୋନୀକୁ ଆଂଶିକ କଣ୍ଟେନମେଣ୍ଟ ଜୋନ ଘୋଷଣା

(ଜୟନ୍ତ କୁମାର ସେଠୀ/ ସତ୍ୟବାଦୀ): ପୁରୀ ଜିଲ୍ଲାରେ ମହାମାରୀ କରୋନା ତାର କାୟା ବିସ୍ତାର କରି ଚାଲିଛି । ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀ ବ୍ଳକ ନିକଟସ୍ଥ ମହାବୀର କଲୋନିରେ ଜଣେ ଯୁବକ କରୋନା ପଜେଟିଭ ଚହ୍ନଟ ହୋଛନ୍ତି । ମିଳିଥିବା ସୁଚନା ଅନୁଯାୟୀ, ଯୁବକଙ୍କ ଦେହ ଭଲ ନ ଥିବାରୁ ସେ ମହାବୀର କଲୋନିରେ ଥିବା ତାଙ୍କ ଭଉଣୀ ଘରେ ରହି ଚିକିତ୍ସା ହେଉଥିଲେ । ଜ୍ୱର, କାଶ ନ ଛାଡିବାରୁ ସେ ସାକ୍ଷୀଗୋପାଳ ମେଡିକାଲକୁ ଯାଇଥିଲେ । ସେଠାରେ ତାଙ୍କର ସ୍ୱାବ ସଂଗ୍ରହ କରି ଟେଷ୍ଟ ପାଇଁ ପଠାଯାଇଥିଲା । ପରେ ରିପୋର୍ଟ ପଜିଟିଭ ଆସିବାରୁ ତାଙ୍କୁ ଭୁବନେଶ୍ୱର କୋଭିଡ-୧୯ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଛି । ଏହାପରେ ସେ ରହୁôଥିବା କଲୋନୀକୁ ଆଂଶିକ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏନେଇ ବିଡିଓ ସରୋଜ କୁମାର ଦତ୍ତଙ୍କ ସୂଚନା ଦେଇଛନ୍ତି ।

Related posts

ଜମି ମାଫିଆଙ୍କୁ ଗିରଫ ଦାବିରେ ଦଳିତ ମହାସଙ୍ଘର ଧାରଣା

mahabharatanews

କିଟ୍ ବିଶ୍ୱବିଦ୍ୟାଳୟର ୧୬ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ

mahabharatanews

ଭିଜୁଛି ସାରା ଓଡ଼ିଶା ; ଆଗାମୀ ତିନି ଦିନ ଯାଏ ବର୍ଷିବ ବର୍ଷା

mahabharatanews