ଗୋପ: ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକର ସୁଆଣ୍ଡୋ ଗ୍ରାମ ତଥା ଗୋପବନ୍ଧୁଙ୍କ ଜନ୍ମପୀଠକୁ ଐତିହ୍ୟ ଗ୍ରାମ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ଏଥିପାଇଁ ଏକ ନକ୍ସା ମଧ୍ୟ ତିଆରି କରାଯାଇଛି । ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂହଙ୍କ ନିର୍ଦ୍ଦେଶରେ ଇଡକୋର ସି ଜି ଏମ ବିନେ୍ଧଶ୍ୱର ପାତ୍ର ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠକୁ ଗସ୍ତ କରି ସରଜମିନି ତଦନ୍ତ କରିଛନ୍ତି ।
ସତ୍ୟବାଦୀ ବିଡିଓ ସରୋଜ କୁମାର ଦତ୍ତ, ଆର୍କିଟ୍ରେଟର ଅଧିକାରୀ, ସତ୍ୟବାଦୀର ଅତିରିକ୍ତ ତହସିଲଦାର, ବଳରାପୁରଗଡ ଆଇ ଆଇ ସୁଶାନ୍ତ ଧଳଙ୍କ ସହିତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ଗୋପବନ୍ଧୁଙ୍କ ସ୍ମୃତିରକ୍ଷା ପ।।ଇଁ ଏହି ଯୋଜନା ଆରମ୍ଭ କରାଯାଇଛି ବୋଲି ଅଧିକାରୀସୂଚନା ଦେଇଛନ୍ତି । ଗୋପବନ୍ଧୁଙ୍କ ପୁରାତନ ଘରର ପୁନରୁଦ୍ଧାର କରାଯିବ । ଗୋପବନ୍ଧୁଙ୍କ ବାସଗୃହ ଠାରୁ ମାତ୍ର ୧୦୦ ଫୁଟ ଦୂରେ ମ୍ୟୁଜିୟମ , ଆଦର୍ଶଗଗ୍ରାମ, ଗ୍ରାମ୍ୟରାସ୍ତର ଉନ୍ନତିକରଣ, ଶୌଚାଳୟ, ପାର୍କିଂସ୍ଥଳ, ପାନୀୟଜଳ, ବିଦ୍ୟୁତ କରଣ, ପାଠାଗାର କରାଯିବ । ଗ୍ରାମବାସୀଙ୍କ ଅର୍ଥନୈତିକ ଉନ୍ନତି ସମ୍ପକୟରେ ଗ୍ରାମବାସୀଙ୍କ ସହିତ ଆସିଥିବା ଅଧିକାରୀମାନେ ଆଲୋଚନା କରିଥିଲେ । ଗୋପବନ୍ଧୁଙ୍କ ଜନ୍ମପୀଠ ସହିତ ଜମି ଦାନ ସମ୍ପର୍କରେ ଗୋପବନ୍ଧୁଙ୍କ ପରିବାର ସଦସ୍ୟମାନଙ୍କ ସହିତ ଆଲୋଚନା କରାଯିବ । ଆଲୋଚନାରେ ଗୋପବନ୍ଧୁଙ୍କ ନାତି ଧୀରେନ୍ଦ୍ର ନାଥ ଦାସ ଓ ରବୀନ୍ଦ୍ର ନାଥ ଦାସ ଓ କୁନୀ ଦାସ, ସ୍ୱାର୍ଡ ସବ୍ୟ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
previous post
next post