ଅପରାଧଦେଶ ବିଦେଶଭାରତମନୋରଞ୍ଜନ

ପୁଣି ସରକାରଙ୍କ ଦ୍ୱାରା ୫ଟି OTT ପ୍ଲାଟଫର୍ମ ବ୍ୟାନ

ପୁଣି କେନ୍ଦ୍ର ସରକାରଙ୍କ ଦ୍ୱାରା ୫ଟି OTT ପ୍ଲାଟଫର୍ମକୁ ବ୍ୟାନ କରାଯାଇଛି । ‘ଅଶ୍ଳୀଳ’ ବିଷୟବସ୍ତୁ ପ୍ରସାରଣ କରୁଥିବା ପ୍ଲାଟଫର୍ମ ଗୁଡିକୁ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ବିଭାଗ ପକ୍ଷରୁ ବନ୍ଦ କରାଯାଇଛି । ଯେଉଁ ତାଲିକାରେ  MoodXVIP, Koyal Playpro, Digi Movieplex, Feel ଏବଂ Jugnu ଭଳି ପ୍ଲାଟଫର୍ମ ଅନ୍ତର୍ଭୁକ୍ତ। ଏହି ପ୍ଲାଟଫର୍ମଗୁଡ଼ିକୁ ବନ୍ଦ କରିବା ପାଇଁ ସରକାର, ସୂଚନା ପ୍ରଯୁକ୍ତି ନିୟମ ୨୦୨୧ ଏବଂ ଅଶ୍ଳୀଳତା ବିରୋଧୀ ଆଇନ ଅନୁଯାୟୀ ଇଣ୍ଟରନେଟ୍ ସେବା ପ୍ରଦାନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣ ଶାଳୀନତା ରକ୍ଷା କରିବା, ଜାତୀୟ ସ୍ୱାର୍ଥର ସୁରକ୍ଷା ଏବଂ ଡିଜିଟାଲ ପ୍ଲାଟଫର୍ମରେ ନୈତିକତା ବଜାୟ ରଖିବା ଏହି ନିୟମର ମୁଖ୍ୟ ଉଦ୍ଦେଶ୍ୟ। ଗତ ବର୍ଷ ଜୁଲାଇ ମାସରେ ମଧ୍ୟ ଅଶ୍ଳୀଳ ଏବଂ ‘ପର୍ଣ୍ଣୋଗ୍ରାଫିକ୍’ ବିଷୟବସ୍ତୁ ପ୍ରସାରଣ ଅଭିଯୋଗରେ କେନ୍ଦ୍ର ସରକାର ଏକାଧିକ ଆପ୍ ଏବଂ ୱେବସାଇଟକୁ ବ୍ୟାନ କରିଥିଲେ।

Related posts

ଜି-୨୦ ଶିଖର ସମ୍ମିଳନୀ ସମୟରେ ଡ୍ରୋନ୍‌ ଠାବ 

mahabharatanews

ଆସନ୍ତାକାଲି ଦ୍ୱିତୀୟ ସଂସ୍କରଣକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ 

mahabharatanews

ମା କୋଳରୁ ଛଡାଇ ନେଲା ଶିଶୁ; ଅଭିଯୋଗ ପରେ ଗିରଫ

mahabharatanews