ମନୋରଞ୍ଜନ

ଲଗାତାର ରାଜନେତାଙ୍କୁ ଭୋଟୁଛନ୍ତି ଗୋବିନ୍ଦା

(ମୁମ୍ବାଇ) : ବଲିଉଡର ହିରୋ ନମ୍ବର ୱାନ ଥିବା ଗୋବିନ୍ଦା ଶିବସେନାରେ ସାମିଲ ହେବାପରେ ଅଭିନେତା ଜଣକ ପରେ ଜଣେ ରାଜନେତାଙ୍କୁ ଭୋଟୁଛନ୍ତି। ଗୋବିନ୍ଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ତାଙ୍କ ସହିତ ହାତ ମିଳାଇଥିଲେ। ଏହି ମୁହୂର୍ତ୍ତର ଏକ ଫଟୋ ସାମ୍ନାକୁ ଆସିଛି।

ସୂଚନାନୁଯାୟୀ , ଗୋବିନ୍ଦା କହିଛନ୍ତି, ‘ଗତ ୨ବର୍ଷ ମଧ୍ୟରେ ମହାରାଷ୍ଟ୍ର ଓ ଗତ ୧୦ବର୍ଷରେ ଦେଶରେ ଯେଉଁସବୁ ପରିବର୍ତ୍ତନ ହୋଇଛି ତାହା ପୂର୍ବରୁ କେବେ ହୋଇନାହିଁ।’ ଗୋବିନ୍ଦା ମୋଦୀଙ୍କ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭଟେ କିଛି ସମୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଶିବସେନାରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଭେଟିବା ସୌଭାଗ୍ୟ ବୋଲି ଗୋବିନ୍ଦା କହିଛନ୍ତି।

Related posts

“ପରିବାର ଚାପରେ ରହିଛି”: ଅରବାଜ୍ ଖାନ୍

mahabharatanews

ପୋଷାକରେ ସୁରକ୍ଷା ଧରି ବୁଲୁଛନ୍ତି ଉର୍ଫି

mahabharatanews

ପରଲୋକରେ ଲୋକପ୍ରିୟ ହାସ୍ୟାଭିନେତା ଆରଏସ ଶିବାଜୀ 

mahabharatanews