ଓଡିଶା

“ରାକ୍ଷୀ ଫୁଲ” ରେ ଅନେକ ଔଷଧୀୟ ଗୁଣ ରହିଛି

ଭୁବନେଶ୍ୱର : କମଳ ଫୁଲ ଯାହାକୁ ହିନ୍ଦୁ ଧର୍ମ ଅନୁଯାୟୀ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । କମଳ ଫୁଲ ଅନେକ ପ୍ରକାରର ରହିଛି । ଯେମିତିକି ବ୍ରହ୍ମ କମଳ, ଧଳା କମଳ, ନୀଳ କମଳ, କୃଷ୍ଣ କମଳ ଇତ୍ୟାଦି । କୃଷ୍ଣ କମଳର ଆକାର ଠିକ ରାଖି ଭଳି ହୋଇଥାଏ । ଏହାର ଆକାର ଟିକେ ଭିନ୍ନ ହୋଇଥିବାରୁ ଏହାକୁ “ଝୁମକା ଲତା” କୁହାଯାଏ । ଅନ୍ୟ ଭାଷାରେ ଏହାକୁ “ଯୁଗନୁ ଫୁଲ” ବି କୁହାଯାଏ । ଏହାକୁ ଖୁବ ଶୁଭ ଭାବେ ଧରାଯାଏ । କୃଷ୍ଣ କମଳର ସାଇଣ୍ଟିଫିକ ନାଁ ପ୍ୟାସିଫ୍ଲୋରା ।

ଏହା ଅନ୍ୟ କୌଣସି ବି ସାଥିରେ ଆଗକୁ ବଢିପାରେ । ଏହା ସାଉଥ ଇଷ୍ଟ ଆମେରିକା କିମ୍ବା ସାଉଥ ଆମେରିକାରେ ମିଳିଥାଏ । ଭୂମି ଉପରେ ଏହାର ଯେତିକି ଅଂଶ ଥାଏ ସେଥିରୁ ଔଷଧ ପ୍ରସ୍ତୁତ ହୋଇଥାଏ । ଏହାର ଲତା ଗୁଡିକରେ ଫୁଲ ସହିତ ଫଳ ବି ଫଳିଥାଏ । ଏହି ଫୁଲ ବିଭିନ୍ନ ପ୍ରକାର ରଙ୍ଗରେ ମିଳିଥାଏ । ଯାହା ମଧ୍ୟରେ ରହିଛି ବାଇଗଣୀ, ଲାଲ, ଧଳା ଇତ୍ୟାଦି । ଏହି ଫୁଲର ୫୦୦ ରୁ ଅଧିକ ପ୍ରଜାତି ରହିଛି ।ହିନ୍ଦୁ ଧର୍ମ ମାନ୍ୟତା ଅନୁଯାୟୀ ଲୋକେ ଏହାକୁ ନିଜ ଘରେ ଲଗେଇବାକୁ ବେଶୀ ପସନ୍ଦ କରନ୍ତି ।

ଏହାର ବାହ୍ୟ ପଙ୍ଖୁଡି ଗୁଡିକ ବାଇଗଣୀ, ଲାଲ କିମ୍ବା ଧଳା ରଙ୍ଗର ହୋଇଥାଏ । ଯାହାର ସଂଖ୍ୟା ପାଖପାଖି ୧୦୦ ହୋଇଥାଏ । ଏହାର ଉପରି ଭାଗରେ ୫ଟି କଢ଼ ବାହାରିଥାଏ । କିଛି ଲୋକ ଏହାକୁ କୌରବ ଓ ପାଣ୍ଡବ ବଂଶ ସହିତ ଯୋଡି ଦେଖିଥାନ୍ତି । ଏହି ୫ଟି କଢି ଉପରେ ତିନୋଟି ଆହୁରି କଢି ରହିଥାଏ । ଯାହାକୁ ବ୍ରହ୍ମା- ବିଷ୍ଣୁ- ମହେଶଙ୍କ ପ୍ରତୀକ ଭାବେ ଧରାଯାଏ । କେନ୍ଦ୍ରରେ ବିରାଜିତଙ୍କୁ କୃଷ୍ଣଙ୍କ ପ୍ରତୀକ ଭାବେ ଧରାଯାଏ । ତେଣୁ କରି ଏହାକୁ “କୃଷ୍ଣ କମଳ” ବୋଲି କୁହାଯାଏ । ଏହି ଫୁଲକୁ ଘରେ ଲଗାଇବା ଦ୍ୱାରା ଘରେ ଶାନ୍ତି, ସୁଖ, ସମୃଦ୍ଧି ବୃଦ୍ଧି ହେବା ସହ ଉନ୍ନତି ଆସିଥାଏ । ଏହାକୁ ଖୁବ ଶୁଭ ବୋଲି ମଧ୍ୟ ଧରାଯାଏ । ଏହି “କୃଷ୍ଣ କମଳ”ର ଅନେକ ଔଷଧୀୟ ଗୁଣ ରହିଛି ।

Related posts

ସେପ୍ଟେମ୍ବର ୧୩ ତାରିଖରେ କଟକ ବନ୍ଦ

mahabharatanews

ଉପ ନିବନ୍ଧକ ଅଫିସ ଦାବିରେ ଧାରଣା

mahabharatanews

 ଯବାନ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ; ଜଣେ ମାଓବାଦୀ ମୃତ 

mahabharatanews

Leave a Comment