(ଦିଲ୍ଲୀ) : ୟୁନେସ୍କୋ ଦ୍ବାରା ‘ସଂଗୀତର ସହର’ ଭାବେ ବିବେଚିତ ମଧ୍ୟପ୍ରଦେଶର ଗ୍ବାଲିଅର ସହରରେ ଗତ ୨୫ ତାରିଖ ରାତିର ଏକ ବିରଳ ଘଟଣା ଗିନିସ ରେକର୍ଡ ସୃଷ୍ଟି କରିଛି। ୧,୫୦୦ରୁ ଅଧିକ ତବଲା ବାଦକ ଏକାସଙ୍ଗରେ ‘ତାଲ ଦରବାର’ରେ ନିଜ ଟିପର ଚମତ୍କାରିତା ଦେଖାଇଥିଲେ। ସେମାନେ ଏକକାଳୀନ ସର୍ବାଧିକ ସଂଖ୍ୟକ ତବଲା ବାଦନ ପରି ଗିନିସ ବିଶ୍ବ ରେକର୍ଡରେ ନିଜ ନାମ ଲିପିବଦ୍ଧ କରିଛନ୍ତି।
ସୂଚନାନୁଯାୟୀ , ମୋଗଲ ସମ୍ରାଟ ଆକବରଙ୍କ ରାଜଦରବାରର ମହାନ୍ ସଂଗୀତଜ୍ଞ ତାନ୍ସେନ୍ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ଉଦ୍ଦେଶ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ‘୯୯ତମ ତାନ୍ସେନ୍ ସମ୍ମାନ’ ଉପଲକ୍ଷେ ଏକ ସଂଗୀତ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସେ ଆହୁରି କହିଥିଲେ ଯେ ଭାରତରେ ସଂଗୀତର ଇତିହାସ ୫ ହଜାର ବର୍ଷରୁ ଅଧିକ ପୁରୁଣା। ସେହିପରି ସଂଗୀତ ଓ ଗ୍ବାଲିଅର ପରସ୍ପରଠାରୁ କେବେ ଅଲଗା ହୋଇପାରିବେ ନାହିଁ। ତେଣୁ ଏଭଳି ସଂଗୀତମୟ ସନ୍ଧ୍ୟାକୁ ସ୍ମରଣୀୟ କରିବା ଲାଗି ଏପରି ଦିବସ ପାଳନର ତାତ୍ପର୍ଯ୍ୟ ରହିଛି।
