ଭାରତ

 ‘ଅଗ୍ନି ପ୍ରାଇମ’ର ସଫଳ ପରୀକ୍ଷଣ

(ବାଲେଶ୍ଵର)  : ଅବ୍‌ଦୁଲ କାଲାମ ଦ୍ବୀପରୁ ପୁଣି ଅତ୍ୟାଧୁନିକ ବାଲାଷ୍ଟିକ ମିସାଇଲ ‘ଅଗ୍ନି ପ୍ରାଇମ’ର ସଫଳ ପରୀକ୍ଷଣ । ତେବେ ଏହା ରାତ୍ରିକାଳୀନ ବ୍ୟବହାରିକ ପରୀକ୍ଷଣ ହୋଇଥିବେବେଳେ ‘ ଭୂପୃଷ୍ଠରୁ ଭୂପୃଷ୍ଠକୁ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ । ଅଗ୍ନି-୧ ପ୍ରାଇମ୍‌’ ଉଭୟ ଅଣୁ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରିବ।ଏଥିରେ ୩୦୦୦ କେଜି ପର୍ଯ୍ୟନ୍ତ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ ।

ସୂଚନାନୁଯାୟୀ , ସ୍ଥଳଭାଗରୁ ସ୍ଥଳଭାଗକୁ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ଯମ ଦୂରଗାମୀ ବାଲେଷ୍ଟିକ ମିସାଇଲ ଅଗ୍ନୀ- ପ୍ରାଇମର କେନିଷ୍ଟାରରୁ ବ୍ୟବହାରିକ ପରୀକ୍ଷଣ କରିଛି ଷ୍ଟାଟେଜିକ୍ କମାଣ୍ଡ ଫୋର୍ସ। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଧାମରା ସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ବୁଧବାର ସଂନ୍ଧ୍ଯା ୬ ଟା ୫୦ରେ ଏହାର ସଫଳ ପରୀକ୍ଷଣ କରିଛି । ମଧ୍ୟମ ଦୂରଗାମୀ ଅଗ୍ନୀ ପ୍ରାଇମ୍‌ କ୍ଷେପଣାସ୍ତ୍ର ସ୍ଥିରିକୃତ ବେଗ, ଦୀଗ ଓ ଲକ୍ଷ୍ୟ ସ୍ଥଳକୁ ସଠିକ୍‌ ଭାବେ ଟାର୍ଗେଟ କରିପାରିଥିବା ପ୍ରତିରକ୍ଷା ବିଭାଗ ତରଫରୁ କୁହାଯାଇଛି।

Related posts

ତ୍ରାହି ତ୍ରାହି ଡାକିବେ ଆତଙ୍କବାଦୀ, ଜମ୍ମୁରେ ୫୦୦ ପାରା କମାଣ୍ଡୋ ମୁତୟନ

mahabharatanews

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସପକ୍ଷରେ ଯୁକ୍ତି ବାଢିଲେ ସାଂସଦ ଦିଲ୍ଲୀପ ରାୟ ।

mahabharatanews

କମିଲା ଫିଲ୍ମ ‘ଯବାନ’କ୍ରେଜ୍

mahabharatanews