ରାଜନୀତି

ଇସ୍ତଫା ଦେଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ

(ଗାନ୍ଧୀନଗର): ଗୁଜୁରାଟ ରାଜନୀତିରେ ନୂଆ ମୋଡ଼ । କର୍ଣ୍ଣାଟକ, ଉତ୍ତରାଖଣ୍ଡ ପରେ ଗୁଜୁରାଟରେ ନେତୃତ୍ୱ ବଦଳିଲା । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିଜୟ ରୁପାଣୀ । ଏନେଇ ରାଜ୍ୟପାଳଙ୍କୁ ଇସ୍ତଫା ଦେଇଛନ୍ତି ରୁପାଣୀ । ଗୁଜୁରାଟ ନିର୍ବାଚନ ୨୦୨୨ରେ ହେବାକୁ ଥିବା ବେଳେ ଏହା ଏକ ବଡ଼ ପଦକ୍ଷେପ । ସୂଚନା ଅନୁଯାୟୀ ଗୁଜୁରାଟ ବିଜେପି ଅଧ୍ୟକ୍ଷ ସିଆର୍ ପାଟିଲଙ୍କ ସହିତ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କର ମତଭେଦ ଥିଲା । ତେବେ ଏହି କାରଣରୁ ଇସ୍ତଫା ଦେଇପାରନ୍ତି ବୋଲି କୁହାଯାଉଛି । ଭାରତୀୟ ରାଜନୀତିରେ ଗୁଜୁରାଟ ଏକ ପ୍ରମୁଖ ରାଜ୍ୟ ହୋଇଥିବାରୁ ସମସ୍ତଙ୍କ ଫୋକସରେ ରହିଥାଏ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶ୍ରୀ ରୁପାଣୀ ମତ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ପଦର ଭାର ମୋତେ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେଦ୍ର ମୋଦିଙ୍କୁ ମୁଁ କୃତଜ୍ଞତା ଜଣାଉଛି । ମାତ୍ର ସମୟ ଅନୁସାରେ କର୍ମୀଙ୍କ ଦାୟିତ୍ୱ ପରିବର୍ତ୍ତନ କରେ ଦଳ । ସେହି ଅନୁସାରେ ଦଳ ମୋତେ ମୁଖ୍ୟମନ୍ତ୍ରୀ ପଦରୁ ଅବ୍ୟାହତ ଦେଇଛି । ଆଗକୁ ଦଳ ମୋତେ ଯେଉଁ ଭାର ଦେବ ମୁଁ ସେହି ଦାୟିତ୍ୱକୁ ପାଳନ କରିବି । ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ? ତାହା ଦଳ ନିଷ୍ପତି ନେବ । ରୂପାଣୀ ଇସ୍ତଫା ନେବା ପରେ କିଏ ଏବେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବେ, ତାକୁ ନେଇ ଚର୍ଚ୍ଚା ଚାଲିଛି । ତେବେ ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ, ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ, କେନ୍ଦ୍ରମନ୍ତ୍ରୀ ପୁର୍ଷୋତ୍ତମ ରୁପାଲାଙ୍କ ନାଁ ଚର୍ଚ୍ଚାରେ ରହିଛି । ତେବେ ୨୦୧୬ ମସିହା ଅଗଷ୍ଟ ୭ ତାରିଖରୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ବିଜୟ ରୂପାଣୀ । କେନ୍ଦ୍ରୀୟ ରାଜନୀତିରେ ଗୁଜୁରାଟ ସବୁବେଳେ ଫୋକସରେ ଥିବା ବେଳେ ଏବେ ଦେଖିବାକୁ ବାକି ରହିଲା କେନ୍ଦ୍ରୀୟ ରାଜନୀତି ଉପରେ ଏହାର କି ପ୍ରଭାବ ପଡ଼ୁଛି ।

 

 

 

Related posts

ଧର୍ମେନ୍ଦ୍ର ପ୍ରଧାନଙ୍କୁ କର୍ଣ୍ଣାଟକର ପର୍ଯ୍ୟବେକ୍ଷକ ଦାୟିତ୍ୱ ନ୍ୟସ୍ତ

mahabharatanews

ଆପ ସରକାର ଭାଙ୍ଗିବାକୁ ବିଜେପିର ଯୋଜନା

mahabharatanews

ଆଜି ଓଡଶାରେ ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାର ତୃତୀୟ ଦିନ

mahabharatanews