ଭାରତ

ପୋଖରୀକୁ ସ୍କୁଲ ବସ ଖସିବାରୁ ୬ ବର୍ଷ ଶିଶୁର ମୃତ୍ୟୁ

ଅମରାବତୀ: ଆନ୍ଧ୍ରପ୍ରଦେଶର ଏଚେର୍ଲା କ୍ଷେତ୍ରରେ ଏକ ସ୍କୁଲ ବସ ପୋଖରୀକୁ ଖସି ଯିବା ଫଳରେ ଜଣେ ୬ ବର୍ଷ ଶିଶୁର ମୃତ୍ୟୁ ହୋଇଛି ଓ ବହୁ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଇଚେର୍ଲାର କୋୟୋ ଗାଁ ନିକଟରେ ସ୍କୁଲ ବସଟି ଯାଉଥିବା ସମୟରେ ସେଠାର ଏକ ପୋଖରୀକୁ ଖସି ପଡିଥିଲା । ମୃତ ଛାତ୍ରଙ୍କ ନାମ ମିଲାପାଲ୍ଲୀ ରାଜୁ ।
ଏହି ଦୁର୍ଘଟଣା ସମ୍ପର୍କରେ ଜଣାପଡିବା ପରେ ଛାତ୍ରଛାତ୍ରୀଙ୍କ ପରିବାର ଲୋକେ ଘଟଣାସ୍ଥଳକୁ ଧାଇଁଥିଲେ । ଡ୍ରାଇଭରର ଦାୟିତ୍ୱହୀନତା ପାଇଁ ଦୁର୍ଘଟଣା ଘଟିଥିବା ଅଭିଯୋଗ କରାଯାଇଛି । ଦୁର୍ଘଟଣା ପରେ ସେଠାରେ ଉଦ୍ଧାର କ।ର୍ଯ୍ୟ ତୁରନ୍ତ ଆରମ୍ଭ ହୋଇଯାଇଥିଲା । ବସକୁ କ୍ରେନ ସାହାଯ୍ୟରେ ଉଦ୍ଧାର କରାଯାଇଥିଲା । ଘଟଣାସ୍ଥଳରେ ଶହ ଶହ ଲୋକ ରୁଣ୍ଡ ହୋଇଯାଇଥିଲେ ।

Related posts

ୟୁପିଆଇକୁ ନିର୍ବାଚିତ ହେଲେ ସାଂସଦ ଅପରାଜିତା ଷଡଙ୍ଗୀ

mahabharatanews

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍

mahabharatanews

ହରିୟାଣାରରେ ବଡ ଧରଣର ବିସ୍ପୋରଣ,୪୦ ଗୁରୁତର

mahabharatanews