(ପୁରୀ) : କାର୍ତ୍ତିକ ବ୍ରତ ପାଳନ ନେଇ ପୁରୀ ଶ୍ରୀମନ୍ଦିର ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ହବିଷ୍ୟାଳି ମାନେ ପୁରୀରେ ମାଗଣାରେ ହବିଷ ବ୍ରତ କରିପାରିବେ । ଏ ନେଇ ଆଜି ଠାରୁ ଆରମ୍ଭ ହୋଇଛି ପଞ୍ଜିକରଣ । ଜିଲ୍ଲା ସଂସ୍କୃତି ଅଧିକାରୀ 9692720594, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ 9437302618, ଜିଲ୍ଲା କାର୍ଯ୍ୟାଳୟ 06752- 22264 ଫୋନ୍ ନମ୍ବର ଜାରି କରାଯାଇଛି । ଏଥିସହ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ହବିଷ୍ୟାଳି ମାନେ ପଞ୍ଜିକରଣ କରିପାରିବେ । ଚଳିତବର୍ଷ 3 ହଜାରରୁ ଅଧିକ ହବିଷ୍ୟାଳିଙ୍କ ବ୍ରତ ପାଳନ ନିମନ୍ତେ ରହିବା, ମହାପ୍ରସାଦ ସେବନ, ଶ୍ରୀମନ୍ଦିର ଦର୍ଶନ, ସକାଳ ଜଳଖିଆ, ସ୍ନାନ ଶୌଚ ସହ ସମସ୍ତ ବ୍ୟବସ୍ଥା କରାଯିବ ।
ସୂଚନାନୁଯାୟୀ , ସରକାରଙ୍କ ଯୋଜନାରେ କାର୍ତ୍ତିକରେ ଯେଉଁ ହବିଷ୍ୟାଳି ମାନେ ସାମିଲ୍ ହୋଇ ପୁରୀ ଆସି ମାଗଣାରେ ହବିଷ୍ୟ ବ୍ରତ ପାଳନ କରିବା ପାଇଁ ଚାହୁଁଥିବେ ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି । ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିପାରିବେ । ସେହିପରି ନରେନ୍ଦ୍ର କୋଣ ସ୍ଥିତ ବୃନ୍ଦାବତୀ ନିବାସ, ବଗଲା, ବାଗେଡିଆ ଧର୍ମଶାଳା, ଅକ୍ଷୟ ପାତ୍ର ଓ ମୋଚି ସାହି ଛକ କଲ୍ୟାଣ ମଣ୍ଡପରେ କରାଯିବ ବ୍ୟବସ୍ଥା ।