ଅପରାଧଓଡିଶା

ଅଧା ରହିଗଲା ବିବାହର ଖୁସି; ଛାଡି ଚାଲିଗଲେ ମାଆ

ବ୍ୟୁରୋ: ଝିଅର ବାହାଘରକୁ ନେଇ ବାପା ମାଆ ଏହି ଦିନଟକୁ ଅନେଇ ବସିଥାନ୍ତି । ତାଙ୍କ ସହିତ ଏହି ଦିନକୁ ଅପେକ୍ଷା କରି ରହିଥିଲା ତାଙ୍କ ପୁରା ପରିବାର । ମାଆ ବାପା ସମସ୍ତେ ବେଶ ଖୁସିରେ ଥିଲେ । ଝିଅର ବାହାଘର ହେବ ବୋଲି ବାପା ମାଆଙ୍କ ଗୋଡ ତଳେ ଲାଗୁନଥାଏ । ନିଜ ଝିଅ ପାଇଁ ସେ ଗୋଟି ଗୋଟି କରି ଜିନିଷ ସାଇତି ରଖିଥାନ୍ତି । ତାଙ୍କ ଝିଅକୁ ଆଜି ବିଦା ଦେବେ । ତାଙ୍କ ମାଆ କିଶୋରୀ ତାଣ୍ଡିଙ୍କ ଆଖିରେ ନିଦ ନଥାଏ । ଗାଁ ଶେଷ ମୁଣ୍ଡରେ ଶୁଭୁଥିଲା ବାଜା ବାଣର ଶଦ୍ଦ । ରୋଷଣୀରେ ମହକୁଥିଲା ରାସ୍ତା । ବର ଓ ବରଯାତ୍ରୀ ନାଚି ନାଚି ଆସୁଥିଲେ । ଆଉ ଏହାକୁ ଦେଖି ପରିବାର ଓ ଝିଅଟି ମଧ୍ୟ ବେଶ ଖୁସି ଥିଲା ।

ସେ କ’ଣ ଜାଣିଥିଲା ତାର ଏ ଖୁସି କିଛି କ୍ଷଣିକ ପାଇଁ । ହଠାତ୍ ଯାହା ଘଟିଲା ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । କ୍ଷଣିକ ଭିତରେ ଚାଲିଗଲା ମାଆଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ ଜିଲ୍ଲା ସାଲେପାଳି ଗାଁରେ । ଯେଉଁଠି ସାମାନ୍ୟ ବଚସାରୁ ଘଟିଥିଲା ମହାଭାରତ । ବିବାହ ବେଦୀ ନିକଟରେ ଚାଲିଗଲା ମାଅର ଜୀବନ ।

ନାଁ ମାଆ ଝିଅର ବିବାହ ଦେଖିପାରିଲା ନାଁ ଝିଅର ବିବାହ କରିପାରିଲା । ଝିଅ ରହିଗଲା ମଙ୍ଗୁଳା କନ୍ୟା ହୋଇ । ବର ଓ କନ୍ୟା ପକ୍ଷ ସବୁ ନିରବ । ଝିଅ ବେଦିକୁ ଯାଇ ସୁଖର ସଂସାର କରିବାର ସ୍ୱପ୍ନ ଭାଙ୍ଗିଗଲା । ଶବାରୀ ଉଠିବା ସା୍ଥନରୁ ଉଠିଲା ମାଆର ଅସ୍ଥି । ଅଫେରା ରାଇଜରୁ ଫେରିବ ବୋଲି ଝିଅର ଭରଷା କିନ୍ତୁ ଅଫେରା ରାଇଜରୁ ଫେରିବା ଅସମ୍ଭବ ।

Related posts

ସରକାରୀ କର୍ମଚାରୀଙ୍କ ପାଇଁ ଗଡିବ ବସ

mahabharatanews

କେରଳ ପାଇବ ନୂଆ ନାମ 

mahabharatanews

ଗିରଫ ହେଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ

mahabharatanews