ବିଶେଷଭାରତ

ହାପି ବାର୍ଥଡେ ମୋଦୀ ଜୀ ; ଜନ୍ମଦିନରେ ପଢନ୍ତୁ, ମୋଦୀଙ୍କ ଜୀବନ କାହାଣୀ….

ରିପୋଟର୍ସ ଟୁଡେ (ବ୍ୟୁରୋ) : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ । ୭୨ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ । ୨୦ ବର୍ଷରୁ ଅଧିକ ସମୟ ଧରି ନିରବଛିନ୍ନ ଭାବେ କ୍ଷମତାରେ ଅଛନ୍ତି ମୋଦି । ତେବେ ଆଜି ତାଙ୍କ ଜନ୍ମ ଦିନ ଅବସରରେ ଜାଣିବା ତାଙ୍କ ଜୀବନ କାହାଣୀ ।

ନରେନ୍ଦ୍ର ଦାମୋଦର ଦାସ ମୋଦୀ, ବାସ୍ ଏ ନା ହିଁ କାଫି, ତାଙ୍କୁ ଜାଣିବା ଆଉ ଚିହ୍ନିବା ପାଇଁ ବିଶ୍ୱର ସବୁଠୁ ବଡ ଗଣତନ୍ତ୍ରର ମୋଦୀ ଏମିତି ଜଣେ ନେତା ଯିଏ ଲୋକପ୍ରିୟତା ସବୁଠୁ ଶିଖରରେ ପହଞ୍ଚିପାରିଛନ୍ତି । ନା ମୁନକିନ୍ ଶବ୍ଦ ତାଙ୍କ ପାଖ ମଡ଼େନି । କାରଣ ଅସମ୍ଭବ କାମକୁ ସମ୍ଭବ କରିଦେଖାନ୍ତି ମୋଦୀ ଜୀ । ସେଇଥିପାଇଁ ତ ଦୁଇ ଦୁଇ ଥର ମୋଦୀଙ୍କୁ ଭରସା କରି ଭୋଟ୍ ଅଜାଡି ଦେଇଛନ୍ତି ଏ ମାଟିର କୋଟି କୋଟି ଜନତା । ତାଙ୍କ କାର୍ୟ୍ୟ ଦକ୍ଷତାରେ ଆଜି ସେ ହାତକୁ ହଟେଇ ସାରା ଦେଶରେ ପଦ୍ମ ଫୁଟାଇଛନ୍ତି ।

୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖ । ଅର୍ଥାତ ୭୨ ବର୍ଷ ତଳେ, ଆଜିର ଦିନରେ ଗୁଜରାଟ ବଡନଗରରେ ଜନ୍ମନେଇଥିଲେ ନରେନ୍ଦ୍ର ମୋଦୀ । ବାପା ଦାମୋଦର ମୁଲଚନ୍ଦ ମୋଦୀ । ୬ ଭାଇ ଭଉଣୀଙ୍କ ଭିତରେ ମୋଦୀ ଥିଲେ ତୃତୀୟ ।  ପିଲା ଦିନରୁ କଥାରେ ପ୍ରବୀଣ, ଆଉ କାମରେ ଧୂରନ୍ଧର ନରେନ୍ଦ୍ର । ବାପାଙ୍କୁ ତାଙ୍କ ଚା ଦୋକାନରେ ସାହାଯ୍ୟ କରୁଥିଲେ, ଆଉ ନିଜେ ଷ୍ଟେସନରେ ବୁଲି ବୁଲି ଚା ବିକୁଥିଲେ ।

ସବୁଠୁ ବଡ କଥା ହେଲା, ପିଲାଦିନୁ  ସନ୍ୟାସୀ ହେବାର ଇଚ୍ଛା ରଖିଥିଲେ ନରେନ୍ଦ୍ର । ହେଲେ ୧୭ ବର୍ଷ ବୟସରେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ସହ ଯୋଡି ହେଇଯାଇଥିଲେ । ଆଉ ସେବେଠୁ ଜୀବନ ଜିଇବାର ଏକ ନୂଆ ମାଧ୍ୟମ ପାଇଥିଲେ ସେ ।

ପରେ ୧୯୮୫ରେ ବିଜେପିରେ ସାମିଲ ହେଇଥିଲେ ନରେନ୍ଦ୍ର ମୋଦୀ । ଏହାପୂର୍ବରୁ ଅର୍ଥାତ ୧୯୭୪ ମସିହାରେ ନବ ନିର୍ମାଣ ଆନ୍ଦୋଳନରେ ମଧ୍ୟ ଯୋଗ ଦେଇଥିଲେ ନରେନ୍ଦ୍ର ମୋଦୀ । ବିଜେପିରେ ଯୋଗଦେବା ପରେ ଆରମ୍ଭ ହୋଇଥିଲା ମୋଦିଙ୍କର ପଲିଟିକାଲ କ୍ୟାରିୟର । ଆଉ ସେବେଠାରୁ ନିଜପାଇଁ ନୁହେଁ ବରଂ ଲୋକଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିଲେ । ୧୯୯୫ ମସିହାରେ ମୋଦୀ ନେତୃତ୍ୱ ନେବାର ଶୈଳୀ ତାଙ୍କୁ ଦଳର ରାଷ୍ଟ୍ରୀୟ ମହାମନ୍ତ୍ରୀ କରିପାରିଥିଲା । ଆଉ ଯେତେବେଳେ ୨୦୦୧ରେ ଗୁଜରାଟରେ କେଶୁଭାଇ ପଟେଲ ମୁଖ୍ୟମନ୍ତ୍ରୀ ପଦରୁ ହଟିଥିଲେ, ସେତେବେଳେ ନରେନ୍ଦ୍ର ଭାଇ ମୋଦୀଙ୍କ ଉପରେ ଭରସା କରିଥିଲା ଭାରତୀୟ ଜନତା ପାର୍ଟି ।

ଆଉ ସେବେଠୁ ଅର୍ଥାତ ୨୦୦୧ରୁ ୨୦୧୪ ପର୍ୟ୍ୟନ୍ତ ଗୁଜରାଟର ଜନତା ତାଙ୍କ ଉପରେ ଭଲ ପାଇବା ଅଜାଡି ଦେଇଥିଲେ ।  ଆଉ ୨୦୧୪ରେ ଯେତେବେଳେ ଲୋକସଭା ନିର୍ବାଚନର ସମୟ ଆସିଥିଲା, ସେତେବେଳେ ମୋଦୀଙ୍କୁ ପିଏମ୍ ପ୍ରାର୍ଥୀ କରିଥିଲା ଭାଜପା । ଅବ୍ କି ବାର ମୋଦୀ ସରକାର । ଅଛେ ଦିନ୍ ର ନାରା ଦେଇ ଲୋକଙ୍କ ବିଶ୍ୱାସ ଜିତିଥିଲେ ମୋଦୀ । ଆଉ ବିଜେପିକୁ  ମିଳିଥିଲା ସ୍ପଷ୍ଟ ବହୁମତ । ୨୦୧୪ ପରେ ୨୦୧୯ , ଲଗାତାର ଦ୍ୱିତୀୟ ଥର ପାଇଁ ଲୋକଙ୍କ ବିଶ୍ୱାସ ଜିତିଥିଲେ ମୋଦୀ । ଆଉ ସେବେଠୁ ଏପର୍ୟ୍ୟନ୍ତ ମୋଦୀଙ୍କ ଲୋକପ୍ରିୟତା କମ୍ ହେଇନି, ବରଂ ଦିନକୁ ଦିନ ବଢିଚାଲିଛି । ଆଉ ଏହାରି ଭିତରେ ଆଜି ଭାରତର ପ୍ରଧାନମନ୍ତ୍ରୀ ନିଜର ୭୨ ବର୍ଷ ପୂରଣ କରିଛନ୍ତି ।

 

Related posts

ଦିଗପହଣ୍ଡି ଦୁର୍ଘଟଣା: ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

ବିଜେପିରେ ଯୋଗ ଦେଲେ ଭାରତର ପ୍ରଥମ ରାଜ୍ୟପାଳଙ୍କ ନାତି

mahabharatanews

ଚଳିତ ବର୍ଷ ଶେଷରେ ମିଜୋରାମ ବିଧାନସଭା ନିର୍ବାଚନ, ନିର୍ବାଚନ ଆୟୋଗର ସମୀକ୍ଷା ବୈଠକ

mahabharatanews

Leave a Comment