ଅପରାଧ

ଆତଙ୍କବାଦୀ ପଣ୍ଡିଂ ମାମଲା: ହାଫିସ ବିରୋଧରେ ଦୋଷ ସାବ୍ୟସ୍ତ ହେଲା ନାହିଁ

(ଇସଲାମବାଦ/ମହାଭାରତ): ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଓ ପ୍ରତିବନ୍ଧିତ ସଂଗଠନ ଜାମତ ଉଦ ଦାବାର ମୁଖିଆ ହାଫିଜ ସଇଦକୁ ଲାହୋରର ଆତଙ୍କବାଦୀ ରୋଧୀ କୋର୍ଟରେ ଆତଙ୍କବାଦୀ ଫଣ୍ଡିଂ ମାମଲାରେ ଉପସ୍ଥିତ କରାଯାଇଥିଲା । କିନ୍ତୁ ଆଜି କୋର୍ଟ ହାଫିଜକୁ ଦୋଷୀ ସାବ୍ୟସ୍ତ କରିପାରି ନାହିଁ । କ।।ହିଁକି ନା ହାଫିଜର ସହ ଅଭିଯୁକ୍ତ ମଲିକ ଜଫରକୁ କୋର୍ଟରେ ଉପସ୍ଥିତ କରିବାରେ ଅଧିକାରୀ ବିଫଳ ହୋଇଥିଲେ । ଏହି ମାମଲାର ଆଗାମୀ ଶୁଣାଣି ୧୧ ଡିସେମ୍ବରରେ ହେବ । ଯେଉଁଥିରେ, ଲଶ୍କର ଏ ତୋଏବାର ସଂସ୍ଥାପକ ଓ ସହ ଯୋଗୀ ମଲିକ ଜଫର ଇକବାଲ ବିରୋଧରେ ଦୋଷୀ ସାବ୍ୟସ୍ତ କରାଯିବ ।
ଜଣେ ଅଧିକାରୀ, ଶୁଣାଣି ପରେ କହିଛନ୍ତି, ପଞ୍ଜାବ ପୁଲିସର ଆତଙ୍କବାଦ ରୋଧି ବିଭାଗର ପ୍ରାଥମିକ ୩୦/୧୯ ଅନ୍ତର୍ଗତ ଦଫାରେ ହାଫିଜ ସଇଦ ଓ ଅନ୍ୟମାନଙ୍କ ବିରୋଧରେ ଆତଙ୍କବାଦୀ ଫଣ୍ଡିଂକୁ ନେଇ ଶୁଣାଣି ହେଉଛି । ଆଜି ଦୋଷୀ ସାବ୍ୟସ୍ତ ହେବାର ଥିଲା, କିନ୍ତୁ ସହ ଅଭିଯୁକ୍ତ ମଲିକକୁ କୋର୍ଟରେ ଉପସ୍ଥିତ କରାଯାଇ ପାରି ନ ଥିଲା । ତେଣୁ ଡିସେମ୍ବର ୧୧ରେ ଏହି ମାମଲାର ଶୁଣାଣି ହେବ ।

Related posts

୫ କ୍ୱିଣ୍ଟାଲ ଗଞ୍ଜେଇ ଚାଲାଣ ବେଳେ ଜବତ

mahabharatanews

ରାଜଧାନୀରେ ନକଲି କାରଖାନା ଠାବ

mahabharatanews

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ: ଭିଜିଲାନ୍ସ ଜାଲରେ ଓସିସିଏଲ୍ ସିନିୟର ମ୍ୟାନେଜର

mahabharatanews