ଓଡିଶା

କେ ରମେଶଙ୍କ ବାପା ମାଙ୍କୁ ଠାବ  କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ପୁରୀ ହାଜତ ମୃତ୍ୟୁ ମାମଲାରେ ମୃତକ କେ. ରମେଶଙ୍କ ବାପା ମାଙ୍କୁ ତୁରନ୍ତ ଖୋଜି ବାହାର କରିବା ସହ ସହାୟତା ପ୍ରଦାନ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେ ରମେଶଙ୍କ ମୃତ୍ୟୁ ପରଠାରୁ ଉଭୟଙ୍କ କୌଣସି ପତ୍ତା ମିଳୁନାହିଁ । ପୁଲିସ ସେମାନଙ୍କୁ କୌଣସି ସ୍ଥାନରେ ଲୁଚାଇ ରଖିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ଏହି ମାମଲାରେ ଆଇନଜୀବୀ ଶରତ ରାୟଗୁରୁଙ୍କ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲାରେ ହାଇକୋର୍ଟ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଆଇନଜୀବୀ କୋର୍ଟଙ୍କୁ ପିଆଇଏଲ ଫାଇଲ କରି ଅପିଲ କରିଛନ୍ତି କି, ସମ୍ପୃକ୍ତ ପୁଲିସଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହ କୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ କରାଯାଉ । ହାଇକୋର୍ଟ ଏ ନେଇ ସରକାରଙ୍କୁ ରିପୋର୍ଟ ତଲବ କରିବା ସହ ପୋଷ୍ଟମର୍ଟମ ରିପୋର୍ଟ ଓ ସବିଶେଷ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ।

SR

 

Related posts

 ଓଡ଼ିଶା ଜଙ୍ଗଲରେ ବିରଳ କଳାବାଘ

mahabharatanews

ସମ୍ବଲପୁର ଏସପିଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ବିଜେପି ଜିଲ୍ଲା ଉପସଭାପତି

mahabharatanews

ଇଡକୋ ଦୁର୍ନୀତି ଖଜୁରୀ ଗଛର ଆଉ ଜଣେ ବିରଞ୍ଚି

mahabharatanews