Uncategorized

ତାମିଲନାଡୁ ଓ ପୁଡ଼ୁଚେରୀ ମୁହାଁ ନିଭାର

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ଼ ନିଭାର ଏବେ ତାମିଲନାଡୁ ଓ ପୁଡ଼ୁଚେରୀ ମୁହାଁ ହୋଇଛି। ଗତ ୬ ଘଣ୍ଟା ଧରି ଏହାର ବେଗ ଘଣ୍ଟାକୁ ୪ କିଲୋମିଟର୍ ରହିଛି। ଆସନ୍ତାକାଲି ଅପରାହ୍ଣ ମଧ୍ୟରେ ଏହା ପୁଡ଼ୁଚେରୀର କରାଇକେଲରୁ ତାମିଲନାଡ଼ୁର ମାମଲାପୁରମ ମଧ୍ୟରେ କୌଣସି ସ୍ଥାନରେ ସ୍ଥଳ ଭାଗ ଛୁଇଁବ। ସ୍ଥଳ ଭାଗରେ ପହଞ୍ଚିବା ପରେ ବେଗରେ ପ୍ରଖରତା ଆସିବ। ଘଣ୍ଟା ପ୍ରତି ୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ତାମିଲନାଡୁ ଓ ପୁଡୁଚେରୀରେ ହାଇ ଆଲର୍ଟ ଜାରି କରାଯାଇଛି ।

ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ରିପୋର୍ଟ ଅନୁସାରେ, ଏହା ଚେନ୍ନାଇଠାରୁ ୪୭୦ ଓ ପୁଡ଼ୁଚେରୀରୁ ୪୪୦ କିଲୋମିଟର୍ ଦୂରରେ ରହିଛି। ଏହି ସବୁ ରାଜ୍ୟର ସରକାରଙ୍କ ପକ୍ଷରୁ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ କରିବା ସହ ରାସନ ସାମଗ୍ରୀ ଯୋଗାଇବା କାର୍ଯ୍ୟ କରାଯାଉଛି ।

ଅନ୍ୟପଟେ ଏହାର ପ୍ରଭାବରେ ଆନ୍ଧ୍ର, ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ତେବେ ଏହା ଓଡ଼ିଶା ପାଇଁ ସେତେଟା ପ୍ରଭାବ ପକାଇବ ନାହିଁ ବୋଲି କୁହାଯାଇଥିବା ବେଳେ ୨୫ ଓ ୨୬ ତାରିଖରେ ଦୁଇ ଦିନ ଧରି ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା କରାଯାଉଛି। ଓଡ଼ିଶାରେ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଓଡ଼ିଶା ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଚାଷୀଙ୍କ ଅମଳ ଫସଲର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଦକ୍ଷିଣ ଓଡ଼ିଶାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

SR

 

Related posts

ବାଜପେୟୀ ଓ ମାଲବିୟ ଜୟନ୍ତୀରେ  ସଂସଦର କେନ୍ଦ୍ରୀୟ ହଲରେ ଶ୍ରଦ୍ଧାଞ୍ଜଳି ଅର୍ପଣ

mahabharatanews

କର୍ଣ୍ଣାଟକରେ ସିଏଏକୁ ବିରୋଧ: ୧୪୪ ଧାରା ଜାରି

mahabharatanews

ସିଆରପି ଯବାନଙ୍କୁ ମିଳିବ ବର୍ଷରେ ୧୦୦ ଦିନର ଛୁଟି

mahabharatanews