ଓଡିଶା

ଉଛୁଳୁଛି ହୀରାକୁଦ; ଖୋଲିପାରେ ଆଉ କିଛି ଗେଟ୍ !

 (ହୀରାକୁଦ) :  ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ବୃଦ୍ଧି ପାଉଛି। ଶୁକ୍ରବାର ସନ୍ଧ୍ୟା ୬ଟାରେ ୬୧୭.୯୩ ଫୁଟ୍‌ରେ ପହଂଚିଛି  ଜଳପ୍ରବେଶ ହାର ବଢ଼ୁଥିବାରୁ କାଲି  ୨ଟି ପର୍ଯ୍ୟାୟରେ ୧୦ଟି ଗେଟ୍ ଖୋଲାଯାଇଛି। ସନ୍ଧ୍ୟା ୬ଟା ସମୟରେ ଜଳଭଣ୍ଡାରକୁ ୪, ୭୮,୮୧୫ କ୍ୟୁସେକ୍ ଜଳ ପ୍ରବେଶ କରୁଥିଲା। ସେହି ସମୟରେ ଜଳଭଣ୍ଡାରରୁ ସର୍ବମୋଟ ୨,୧୬, ୭୩୫ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା।

ସୂଚନାନୁଯାୟୀ , ଆଜି ଉପର ମୁଣ୍ଡରେ ସେଭଳି ଭଲ ବର୍ଷା ନାହିଁ। ତେଣୁ, ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ହାର କମିବାର ସମ୍ଭାବନା ଯଥେଷ୍ଟ ରହିଛି। ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ହାର ଦେଖିବା ପରେ ଆଜି ସକାଳେ ଆହୁରି ଅଧିକ ଗେଟ୍‌ ଖୋଲିଯବା କିମ୍ବା ବନ୍ଦ କରାଯିବା ସେ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟଯନ୍ତ୍ରୀ କହିଛନ୍ତି।

Related posts

ବଡ ଭାଇକୁ ହତ୍ୟା କରି ପୋତିଥିଲା ସାନ ଭାଇ

mahabharatanews

ପୱନ ସରୋବର ଠାରେ ବ୍ରହ୍ମ କୁମାରୀ ର ନୁଆଁ ବର୍ଷରେ ନୁଆଁ ଚିନ୍ତା କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews

ଇଡକୋ ଦୁର୍ନୀତି ଖଜୁରୀ ଗଛର ଆଉ ଜଣେ ବିରଞ୍ଚି

mahabharatanews