ଅପରାଧଓଡିଶା

ନିଜେ ଚୋର ହୋଇ ଲୁଟ ହେଇଥିବା ଅଭିଯୋଗ କଲେ

(ଭୁବନେଶ୍ୱର / ଆଦର୍ଶ ରାଉତ) ; ଭୁବନେଶ୍ବର ଚନ୍ଦକା ଥାନାରେ ଅଭିଯୋଗକାରୀ ହେଲେ ଅଭିଯୁକ୍ତ । ଘରୋଇ ଫାଇନାନ୍ସ କମ୍ପାନୀର ଟଙ୍କା ହଡପ କରିବାକୁ ଲୁଟ ହେବାର ନାଟକ କରିଥିଲେ ନିଜେ କର୍ମଚାରୀ । ସଂସ୍ଥାର କଲେକ୍ସନ ଏଜେଣ୍ଟ ଅମର ମହାନ୍ତିଙ୍କୁ ଗରିଫ କଲା ଚନ୍ଦକା ଥାନା ପୋଲିସ । ପୋଲିସର ସୂଚନା ଅନୁଯାୟୀ ଅମର ଗତ ୫ ତାରିଖରେ ଫାଇନାନ୍ସ କମ୍ପାନୀର ୧ ଲକ୍ଷ ୩୯ ହଜାର ଟଙ୍କା ବ୍ୟାଙ୍କରେ ଡିପୋଜିଟ କରିବାକୁ କମ୍ପାନୀ କର୍ତ୍ତୃପକ୍ଷ ଦେଇଥିଲେ । ବ୍ୟାଙ୍କରେ ଟଙ୍କା ଡିପୋଜିଟ ନକରି ନିଜେ ପାଖରେ ରଖିଥିଲେ । ଟଙ୍କା ଡିପୋଜିଟ କରିବାକୁ ଗଲା ବେଳେ ରାସ୍ତାରେ୨ ଜଣ ଲୁଟେରା ଆକ୍ରମଣ କରି ୧ ଲକ୍ଷ ୮୦ ହଜାର ଟଙ୍କା ଛଡେଇ ନେଇଥିବା ଥାନାରେ ଅଭିଯୋଗ କରିଥିଲେ ଅମର । ପୋଲିସ ସଂପୃକ୍ତ ସଂସ୍ଥାକୁ ଯାଇ ତଦନ୍ତ କଲା ବେଳେ ୧ ଲକ୍ଷ ୪୦ ହଜାର ଟଙ୍କା ଡିପୋଜିଟ ପାଇଁ ଦିଆ ହୋଇଥିବା କଥା କହିଥିଲେ । ଏପରିକି ଅମର ଆକ୍ରମଣ କଥା କହୁଥିବା ବେଳେ ସେଭଳି ଶୀରରେ କ୍ଷତ ଚିହ୍ନ ନଥିଲା । ପୋଲିସର ସନ୍ଦେହ ହେବା ପରେ ଅମରକୁ ଡାକି ପଚରାଉଚରା କରିବା ପରେ ସତ ସାମ୍ନକୁ ଆସିଥିଲା । ଅମର ଠାରୁ ୧ ଲକ୍ଷ ୩୯ ହଜାର ଟଙ୍କା ଜବତ କରିଛି ପୋଲିସ । ସେପେଟେ ଫାଇନାନ୍ସ କମ୍ପାନୀର ଅର୍ଥ ବୀମା ଅନ୍ତଭୁକ୍ତ ଥିବାରୁ କର୍ମଚାରୀ ମାନେ ଏଭଳି ଟଙ୍କା ଲୁଟ ଯୋଜନା କରୁଛନ୍ତି ବୋଲି ଭୁବନେଶ୍ବର ଡିସିପି କହିଛନ୍ତି ।

Related posts

କେରେଜେଙ୍ଗ ଗ୍ରାମପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀନୀ ନମିତା ନାୟକଙ୍କ ମୃତ୍ୟୁ

mahabharatanews

ଆରମ୍ଭ ହୋଇଯାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ ଥିଓରି ପରୀକ୍ଷା

mahabharatanews

ସାପ କାମୁଡାରେ ଚାଲିଗଲା ଯୁବକଙ୍କ ଜୀବନ

mahabharatanews

Leave a Comment