ଓଡିଶା

ବିଧାନ ସଭାରେ ସୌମ୍ୟ ମୃତ୍ୟୁ ମାମଲା

(ଭୁବନେଶ୍ୱର) ; ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟ ମୃତ୍ୟୁ କୁ ୨ ମାସ ବିତିଗଲାଣି କିନ୍ତୁ ପୁଲିସ କୌଣସି ଖିଅ ପ।।ଉନି । ଏ ନେଇ ସୌମ୍ୟଙ୍କ ପରିବାର ବିଧାନ ସଭା ଅଧିବେଶନ ପୂର୍ବରୁ ଭେଟିଥିଲେ ବିରୋଧୀ ଦଳକୁ । ତେବେ ସୌମ୍ୟ ମୃତ୍ୟୁୁ ମାମଲା ପ୍ରକୃତ ଦୋଷୀ କିଏ ? ତେବେ କେଉଁ ପରିସ୍ତିତିରେ ସୌମ୍ୟଙ୍କ ମୃତ୍ୟୁ ହେଲା ? ଏବଂ ମୁଖ୍ୟ ଅଭିଯୁକ୍ତ କୁହାଯାଉତିବା ଡିଉଏଫଓ କାହା ଛତ୍ରଛାୟା ତଳେ ରହୁଛନ୍ତି ? ଏସବୁକୁ ନେଇ ଆଜି ବିଧାନସଭା ଅଧିବେଶନରେ ଏହି ପ୍ରସଙ୍ଗ ଉଠିଥିଲା । ଏତେ ଦିନ ଧରି ତଦନ୍ତ ପରେ ବି କୌଣସି ଏହା ହତ୍ୟା ନା ଅତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ । ଆଜି ଏହାକୁ ଅଧିବେଶନରେ ଅସନ୍ତୋଷ ଦେଖିବାକୁ ମିଳିଛି । ତେବେ ପାରଳାଖେମୁଣ୍ଡି ବିଧାୟକ ନାରାୟଣ ରାଓ କହିଛନ୍ତି ମାମଲାରେ ପ୍ରଥମେ ପୁଲିସ ଓ ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଛି। ହେଲେ କୌଣସି ନିଷ୍କର୍ସରେ ପହଞ୍ଚି ପାରିନି ତଦନ୍ତକାରୀ ଦଳ। ମୁଖ୍ୟ ଅଭିଯୁକ୍ତ କୁହା୍ଉଥିବା ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀ, ଡିଏଫ୍ଓ ସଂଗ୍ରାମ ବେହେରା ଓ ରୋଷେୟାଙ୍କୁ ଜେରା କରାଗଲା । ହେଲେ ଥାନାରେ ନ ଡାକି ଘରେ ପଚରାଉଚରା କରାଯାଇଥିଲା। ଖାଲି ଏତିକି ନୁହେଁ ଏହି ମାମଲାରେ ଏବେ ଗୁରୁତ୍ୱପୂର୍ଣ୍ଣ ଦିଗ ପଦାକୁ ଆସିଥିବା କହିଛନ୍ତି ବିଧାୟକ। ଗଜପତି ଜିଲ୍ଲାର ଜଙ୍ଗଲରୁ ରକ୍ତ ଚନ୍ଦନ କାଠ ଚୋରି ହେଉଛି। ପଡ଼ୋଶୀ ରାଜ୍ୟକୁ ଏସବୁ ଚାଲାଣ କରାଯାଉଛି। ତେବେ ଡିଏଫ୍ଓ କଣ ଏସମ୍ପର୍କରେ ଜାଣିପାରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ। ସମସ୍ତ ଘଟଣାକୁ ଦେଖିଲେ ଲାଗୁଛି ରାଜ୍ୟ ସରକାର ଡିଏଫ୍ଓଙ୍କୁ ସୁରକ୍ଷା ଦେଉଛନ୍ତି। ତେଣୁ ସତ ଘଟଣା ସାମ୍ନାକୁ ଆସୁ ବୋଲି ପାରଳାଖେମୁଣ୍ଡି ବିଧାୟକ ଗୃହରେ ଦାବି କରିଛନ୍ତି।

Related posts

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୯୩ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଓଏଏସସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

mahabharatanews

ଦନ୍ତା ଆକ୍ରମଣରେ ଚାଲିଗଲା ୨ଜୀବନ

mahabharatanews