ମନୋରଞ୍ଜନ

ନିଜ ପ୍ରଶଂସକଙ୍କୁ ଚାପୁଡ଼ା ମାରି ସଫେଇ ଦେଲେ ନାନା ପାଟେକର

(ବାରାଣାସୀ) : ଏକ ଭିଡିଓ ପାଇଁ ଆଜି ବଲିଉଡ ଅଭିନେତା ନାନା ପାଟେକର ହେଡଲାଇନରେ ଅଛନ୍ତି । ବାସ୍ତବରେ ଏହି ଭିଡିଓରେ ବାରାଣାସୀରେ ଚଳଚ୍ଚିତ୍ର ‘ଜର୍ଣ୍ଣି’ ର ଶୁଟିଂ ସମୟରେ ଅଭିନେତା ଜଣେ ପ୍ରଶଂସକଙ୍କୁ ଚାପୁଡ଼ା ମାରିଥିବାର ଭିଡିଓ ଭାଇରଲ ହେବାରେ ଲାଗିଛି । ଯେଉଁଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ କ୍ରମାଗତ ଭାବେ ଟ୍ରୋଲ କରାଯାଉଛି ।

ସୂଚନାନୁଯାୟୀ , ବର୍ତ୍ତମାନ ଅଭିନେତା ଏକ ଭିଡିଓ ରିଲିଜ୍ କରି ସ୍ପଷ୍ଟୀକରଣ ଦେଇଛନ୍ତି ଏବଂ କ୍ଷମା ମଧ୍ୟ ମାଗିଛନ୍ତି । ଏହି ଭାଇରାଲ ଭିଡିଓ ପରେ ନାନା ପାଟେକର ନିଦ ସଫେଇରେ କହିଛନ୍ତି, ‘ମୁଁ ଜଣେ ଯୁବକଙ୍କୁ ମାରୁଥିବାର ଭିଡିଓ ଭାଇରାଲ ହେଉଛି । ହେଲେ ଏହା ମୋ ଅଜାଣତରେ ହୋଇଛି । ଆମ ଫିଲ୍ମର ସିନ୍ ଅନୁସାରେ ଏହା ଆରମ୍ଭ ହୋଇଥିଲା । ସିନ୍ ଅନୁସାରେ, ମୋତେ ଜଣେ ଯୁବକଙ୍କୁ ମାରିବାର ଥିଲା ଯାହା ମୋତେ ନିର୍ଦ୍ଦେଶକ କହିଥିଲେ । ଯାହା ପରେ ଉକ୍ତ ଯୁବକ ଜଣକ ମୋ ପାଖକୁ ଆସିଥିଲେ ଏବଂ ମୁଁ ଫିଲ୍ମର ସିନ୍ ଭାବି ତାଙ୍କୁ ଏକ ଚାପୁଡ଼ା ମାରିଥିଲି । ହେଲେ ପରେ ମୁଁ ଜାଣିଥିଲି ଯେ, ସେ ଆମ କ୍ରିଉ ମେମ୍ବର ନୁହନ୍ତି, ସେ ମୋର ଜଣେ ପ୍ରଶଂସକ ଥିଲେ । ଅଭିନେତା ଆହୁରି କହିଛନ୍ତି, ମୁଁ କାହାକୁ ସେଲଫି ନେବାକୁ ମନା କରିନାହିଁ । ଏହା ଭୁଲରେ ହୋଇଯାଇଛି । ମୋତେ କ୍ଷମା କରନ୍ତୁ । ଭବିଷ୍ୟତରେ ଏପରି ଭୁଲ ଆଉ ହେବ ନାହିଁ ।

Related posts

ବନ୍ଦ ହେଲା ଊର୍ଫିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ  

mahabharatanews

ଆଲିଆ ନୁହେଁ ଏହି କ୍ରିକେଟରଙ୍କ ପତ୍ନୀଙ୍କୁ ବିବାହ କରିବାକୁ ଚାହୁଥିଲେ

mahabharatanews

ଖୁବଶୀଘ୍ର ମନୋଜ ବାଜପେୟୀଙ୍କ ୱେବ୍ ସିରିଜ୍ ‘ଦ ଫ୍ୟାମିଲି ମ୍ୟାନ୍’

mahabharatanews