Accident

ଦୁଇରୁ ଅଧିକ ପିଲା ଥିବା ପ୍ରମାଣିତ ହେବା ପରେ ପଦ ହରାଇଲେ କ୍ୟାପିଟାଲ କୋଅପରେଟିଭ୍ ହାଉସିଂ ଲିମିଟେଡର ସଭାପତି

ବ୍ୟୁରୋ : ଦୁଇରୁ ଅଧିକ ପିଲା ଥିବା କାରଣରୁ ବାପୁଜୀ ନଗରରେ ଥିବା କ୍ୟାପିଟାଲ କୋଅପରେଟିଭ୍ ହାଉସିଂ ଲିମିଟେଡର ସଭାପତି ଓ ସଭ୍ୟ ପଦ ହରାଇଛନ୍ତି ବିଶ୍ୱରଂଜନ ମହାନ୍ତି। ଖୋର୍ଦ୍ଧାର ଡେପୁଟି ରେଜିଷ୍ଟ୍ରାର ଅଫ୍ କୋଅପରେଟିଭସ୍ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି, ଲକ୍ଷ୍ମୀସାଗର ଥାନା ପୋଲିସର ଚାର୍ଜସିଟରୁ ବିଶ୍ୱରଂଜନଙ୍କର ଦୁଇରୁ ଅଧିକ ପିଲା ଥିବା ପ୍ରମାଣିତ ହୋଇଛି। ଏନେଇ ଲକ୍ଷ୍ମୀସାଗର ଥାନାରେ ୨୦୨୨ ଅକ୍ଟୋବର ୧୦ ତାରିଖରେ ପୋଲିସ୍ କେସ୍ ହୋଇଥିଲା।ଅନ୍ୟପଟରେ ରେଜିଷ୍ଟ୍ରାର କୋଅପରେଟିଭ ସୋସାଇଟି ବା ଆରସିଏସଙ୍କ ଅଫିସ ପକ୍ଷରୁ ଯୁଗ୍ମ ତଦନ୍ତରେ ବି ବିଶ୍ୱରଂଜନଙ୍କର ଦୁଇରୁ ଅଧିକ ପିଲା ଥିବା ପ୍ରମାଣିତ ହୋଇଛି। ଯୁଗ୍ମ ତଦନ୍ତରେ ଆରସିଏସ୍ ଦପ୍ତରରୁ ଦୁଇ ଜଣ ଜଏଣ୍ଟ ରେଜିଷ୍ଟ୍ରାରଙ୍କ ସହ ଅଡିଟ୍ ନିର୍ଦ୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ। ଦୁଇଟି ଯାକ ତଦନ୍ତରେ ବିଶ୍ୱରଂଜନ ମହାନ୍ତିଙ୍କର ଦୁଇରୁ ଅଧିକ ପିଲା ଥିବା ପ୍ରମାଣିତ ହୋଇଥିଲା। ଏଥିପାଇଁ ଓଡ଼ିଶା କୋଅପରେଟିଭ୍ ସୋସଇଟି ଆଇନ-୧୯୬୨ର ଧାରା-୨୮ ଅନୁସାରେ ବିଶ୍ୱରଞ୍ଜନ ମହାନ୍ତିଙ୍କ ସଦସ୍ୟ ଓ ସଭାପତି ପଦ ଅଯୋଗ୍ୟ ଘୋଷିତ ହୋଇଛି।

Related posts

ହେଲିକପ୍ଟର କ୍ରାଶ୍‌,ପାଇଲଟଙ୍କ ସମେତ ୫ ମୃତ

mahabharatanews

ଯେଉଁ ମାନଙ୍କ ଗାଡି କାଗଜ ପତ୍ର ଠିକ୍ ଥିବ ସେମାନଙ୍କ ଗାଡି ପାଇଁ ସରକାର ଯୋଗଇବେ ଗ୍ରୀନ୍ ଷ୍ଟିକର୍

mahabharatanews

ବସ୍‌-ତେଲ ଟ୍ୟାଙ୍କର ଧକ୍କା; ୧୦ ଆହତ

mahabharatanews