ଓଡିଶାଖେଳ

ଦେଶ ପାଇଁ ଗୌରବ ଆଣିଛନ୍ତି ଭାରତୀୟ ମହିଳା ହକି ଦଳ

ଭୁବନେଶ୍ୱର; ଭାରତୀୟ ମହିଳା ଟିମକୁ ଅଭନନ୍ଦନ ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ନଟ୍ଟନାୟକ । କାରଣ ଦେଶ ପାଇଁ ଗୌରବ ଆଣିଛନ୍ତି ଭାରତୀୟ ମହିଳା ହକି ଦଳ । ପୁଣିଥରେ ମହିଳା ଏସିଆନ ଚାମ୍ପିଅନ୍ସ ଟ୍ରଫି କବଜା କଲା ଭାରତୀୟ ମହିଳା ହକି ଟିମ। ବିହାରର ରାଜଗିରରେ ଭାରତୀୟ ମହିଳା ଟିମ ରାଜ କରିଛି। ଆଜି ଫାଇନାଲରେ ଭାରତୀୟ ମହିଳା ଦଳ ଚୀନକୁ ୧-୦ ଗୋଲରେ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ଥର ପାଇଁ ଚାମ୍ପିଅନ ହୋଇଛି। ୨୦୨୩ରେ ଦଳ ଜାପାନକୁ ୪-୦ ଗୋଲରେ ହରାଇ ରାଞ୍ଚିରେ ଟ୍ରଫି ହାତେଇଥିଲା। ଏଥର ବିହାରରେ ଭାରତର ଫାଇନାଲରେ ବିଜୟୀ ହୋଇଛି। ଫାଇନାଲରେ ବିଜୟୀ ହେବା ପରେ ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆଗାମୀ ଦିନରେ ଦଳ ଏଭଳି ପ୍ରଦର୍ଶନ ବଜାୟ ରଖି ଦେଶ ପାଇଁ ଗୌରବ ଆଣୁ ବୋଲି ଅଭିନନ୍ଦନ ଜଣାଇ କହିଛନ୍ତି ନବୀନ ପଟ୍ଟନାୟକ। ହକିର ପ୍ରସାର ପ୍ରଚାର କ୍ଷେତ୍ରରେ ନବୀନଙ୍କ ଅବଦାନ ଅତୁଳନୀୟ।

Related posts

୧୭ ପର୍ଯ୍ୟନ୍ତ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

mahabharatanews

ମାଲକାନାଗିରି ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହେଲା ମୋବାଇଲ୍ ସେବା

mahabharatanews

ଗୃହକୁ ଆସନ୍ତାକାଲି ପୂର୍ବାହ୍ନ ୧୦:୩୦ ମିନିଟ ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି

mahabharatanews