ବିଶ୍ୱ

ପ୍ରବଳ ବର୍ଷା ବେହାଲ ବେଜିଂ; ୧୮ ନିଖୋଜ

(ବେଜିଂ) : ସବୁଆଡେ ପ୍ରବଳ ବର୍ଷା ବେହାଲ କରିଥିବା ବେଳେ ବେଜିଂରେ ମଧ୍ୟ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ବର୍ଷା । ଫଳରେ ୩୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଏବେ ବି ନିଖୋଜ ଅଛନ୍ତି। ଚୀନ୍‌ ରାଜଧାନୀ ବେଜିଂରେ ଗତ କିଛି ସପ୍ତାହ ଧରି ଲଗାତାର ବର୍ଷା ହେଉଛି।

ସୂଚନାନୁଯାୟୀ , ଅନେକ ଭିତ୍ତିଭୂମି ନଷ୍ଟ ‌ହୋଇଯାଇଛି। ବେଜିଂରେ ଖରାପ୍‌ ପାଗ ଯୋଗୁଁ ୩୩ ଜଣଙ୍କର ମୃତ୍ୟୁ ହେଲାଣି। ମୁଖ୍ୟତଃ ବନ୍ୟା ଏବଂ ଘର ଭୁଶୁଡ଼ିବା କାରଣରୁ ୩୩ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଚୀନ୍‌ରେ ଗତ ମାସରେ ୧୪୭ ଜଣଙ୍କର ମୃତ୍ୟୁ ହୋଇଥିଲା । ‌ହୁବେଇ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ୩ ଦିନ ମଧ୍ୟରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୨ ଜଣ ନିଖୋଜ ଅଛନ୍ତି। ଉତ୍ତରପୂର୍ବ ଜିଲିନରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ନିଖୋଜ ଅଛନ୍ତି।

Related posts

 ବଡ ବିପଦରୁ ବଞ୍ଚିଲା ପୃଥିବୀ । ଖସିଲା ଚୀନର ଅନିୟନ୍ତ୍ରିତ ରକେଟ

mahabharatanews

ଜାପାନରେ ଶକ୍ତିଶାଳୀ ଭୂକମ୍ପ, ୭.୬ ତୀବ୍ରତା

mahabharatanews

ଆଜି ଶପଥ ନେବେ ମହମ୍ମଦ ୟୁନୁସ

mahabharatanews