ବିଶ୍ୱ

ପ୍ରବଳ ବର୍ଷା ବେହାଲ ବେଜିଂ; ୧୮ ନିଖୋଜ

(ବେଜିଂ) : ସବୁଆଡେ ପ୍ରବଳ ବର୍ଷା ବେହାଲ କରିଥିବା ବେଳେ ବେଜିଂରେ ମଧ୍ୟ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ବର୍ଷା । ଫଳରେ ୩୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଏବେ ବି ନିଖୋଜ ଅଛନ୍ତି। ଚୀନ୍‌ ରାଜଧାନୀ ବେଜିଂରେ ଗତ କିଛି ସପ୍ତାହ ଧରି ଲଗାତାର ବର୍ଷା ହେଉଛି।

ସୂଚନାନୁଯାୟୀ , ଅନେକ ଭିତ୍ତିଭୂମି ନଷ୍ଟ ‌ହୋଇଯାଇଛି। ବେଜିଂରେ ଖରାପ୍‌ ପାଗ ଯୋଗୁଁ ୩୩ ଜଣଙ୍କର ମୃତ୍ୟୁ ହେଲାଣି। ମୁଖ୍ୟତଃ ବନ୍ୟା ଏବଂ ଘର ଭୁଶୁଡ଼ିବା କାରଣରୁ ୩୩ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଚୀନ୍‌ରେ ଗତ ମାସରେ ୧୪୭ ଜଣଙ୍କର ମୃତ୍ୟୁ ହୋଇଥିଲା । ‌ହୁବେଇ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ୩ ଦିନ ମଧ୍ୟରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୨ ଜଣ ନିଖୋଜ ଅଛନ୍ତି। ଉତ୍ତରପୂର୍ବ ଜିଲିନରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ନିଖୋଜ ଅଛନ୍ତି।

Related posts

ମୋଦିଙ୍କୁ ‘ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନର’ ସମ୍ମାନ

mahabharatanews

ବିଶ୍ୱ ଚାମ୍ପିୟନଶିପ୍‌ର ଫାଇନାଲରେ ପହଞ୍ଚିଲେ ନୀରଜ ଚୋପ୍ରା

mahabharatanews

 ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଫ୍ରାନ୍ସ ରାଷ୍ଟ୍ରପତି

mahabharatanews