ଓଡିଶା

 ୨୧ ସୁଦ୍ଧା ଲଘୁଚାପରେ ସମ୍ଭାବନା

(ଭୁବନେଶ୍ୱର) : ବର୍ଷାରେ ଭିଜିବ ଦୁର୍ଗାପୂଜା ।ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ୨୧ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବ । ତେବେ ବଙ୍ଗୋପସାଗରର କେନ୍ଦ୍ରୀୟ ଅଂଶରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।  ଏହା ଘନୀଭୂତ ହୋଇ ଅକ୍ଟୋବର ୨୩ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତର ରୂପ ନେବ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ଏକ ବୁଲେଟିନ୍‌ରେ କୁହାଯାଇଛି ।

ସୂଚନାନୁଯାୟୀ , ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଗଞ୍ଜାମ ଏବଂ ଗଜପତିରେ ବର୍ଷିବ । ତେବେ ୨୪  ରେ ବଢିବ ବର୍ଷାର ପରିମାଣ । ୨୫ତାରିଖରେ ଉପକୂଳ ଏବଂ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସଂଲଗ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ଆକଳନ ହୋଇଛି ।

Related posts

ଉଗ୍ର ରୂପ ନେଲା ସ୍ୱାମୀ ସ୍ତ୍ରୀଙ୍କ ଝଗଡା, ସ୍ତ୍ରୀର ମୁଣ୍ଡଗଣ୍ଡି କଲା ଅଲଗା

mahabharatanews

ବାହାରିଲା ଶ୍ରୀମନ୍ଦିରରୁ ମହାପ୍ରସାଦ 

mahabharatanews

ରାଜ୍ୟରେ ଆଉ ୮ ମୁଣ୍ଡ ନେଲା କରୋନା

mahabharatanews