Uncategorized

ଦୁଇ ଦିନ ଯାଏଁ ବିଭିନ୍ନ ସ୍ଥାନରେ ପ୍ରବଳ ଝଡବର୍ଷା, ବଜ୍ରପାତ ଆଶଙ୍କା

ନୂଆଦିଲ୍ଲୀ: ଆଜି ଅପରାହ୍ଣରେ ଭାରତୀୟ ପାଣିପାଗ ବିଭାଗ ଆଗାମୀ ଦୁଇ ଦିନ ଯାଏଁ ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ଝଡ଼ବର୍ଷା ଓ ବଜ୍ରପାତର ଆଶଙ୍କା ରହିଥିବା ନେଇ ଏକ ସତର୍କ ସୂଚନା ଜାରି କରିଛି ।
ସେହିପରି ବୁଧବାର ସନ୍ଧ୍ୟା ସୁଦ୍ଧା ଓଡ଼ିଶା ସମେତ ଗୋଆ, ଦକ୍ଷିଣ ଗୁଜୁରାଟ, କେରଳ, ପଶ୍ଚିମ ମଧ୍ୟପ୍ରଦେଶ, ରାଜସ୍ଥାନ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଉପକୂଳ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିଦର୍ଭ, ଓଡ଼ିଶା, ପଶ୍ଚିମବଙ୍ଗ, ସିକିମ, ଅରୁଣାଚଳ ପ୍ରଦେଶ, କର୍ଣ୍ଣାଟକ ଏବଂ ଲାକ୍ଷାଦ୍ୱୀପ ଭଳି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏଥିସହ ଏହି ସମୟରେ ଘଣ୍ଟା ପ୍ରତି ୮୦ରୁ ୯୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଥିବା କହିଛି ବିଭାଗ।
ଆଗାମୀ ୨ଦିନ ପର୍ୟ୍ୟନ୍ତ ବର୍ଷା ଏବଂ ବଜ୍ରପାତ-କାଳବୈଶାଖୀ ବିପଦ ଥିବା ଦେଶର ବିଭିନ୍ନ ସ୍ଥାନ ମଧ୍ୟରେ ଅଛି: ପଞ୍ଜାବ ଉତ୍ତର ହରିୟାଣା, କର୍ଣ୍ଣାଟକ, ଗୋଆ, ମଧ୍ୟ ମହାରାଷ୍ଟ୍ର ଏବଂ ପଶ୍ଚିମ ମଧ୍ୟପ୍ରଦେଶ । ସେହିଭଳି ତେଲେଙ୍ଗାନା, ବିଦର୍ଭ, ସିକିମ୍, ଓଡ଼ିଶା, ବିହାର, ଆସାମ ଏବଂ ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ପୁଡୁଚେରୀ, ତାମିଲନାଡୁ, ଛତିଶଗଡ଼, ଝାଡ଼ଖଣ୍ଡ, ଅରୁଣାଚଳପ୍ରଦେଶ, ଆଣ୍ଡାମାନ ଓ ନିକୋବର ଆଇଲାଣ୍ଡ ରହିଛି ।
ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ସତର୍କ ଘଣ୍ଟି ସହ ଆସନ୍ତା ୨ ଦିନ ଯାଏଁ କାଳବୈଶାଖୀ ଓ ତଦ୍‌ଜନିତ ପ୍ରବଳ ଝଡ଼ବର୍ଷା ନେଇ ସତର୍କ ସୂଚନା ଜାରି କରିଛି କେନ୍ଦ୍ରୀୟ ବିଭାଗ । ଏପରିକି ଆସନ୍ତା ୪୮ ଘଣ୍ଟା ପର୍ୟ୍ୟନ୍ତ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ବା ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା ସହ ବଜ୍ରପାତ ବିପଦ ଥିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ।

Related posts

ମହିଳା ଜନଗଣନାକାରୀଙ୍କୁ ଆକ୍ରମଣ

mahabharatanews

ଆଉ ୧୯ କୋରୋନା ପଜିଟିଭ୍ ଚିହ୍ନଟ

mahabharatanews

ଉଦ୍ଘାଟନ ଉତ୍ସବରେ ମନ୍ତ୍ରୀ ଜଗନ୍ନାଥ ସାରକା

mahabharatanews